Masthead

ଭୂତ ବିକିଦେଲା ସରକାରୀ ଜମି

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ରକ୍ଷକ ସାଜିଛି ଭକ୍ଷକ । ନିରୀହ ଗରିବ ଆଦିବାସୀ ଲୋକଙ୍କ ଜମିକୁ ଶାଗ ମାଛ ଦରରେ ପ୍ରଶାସନିକ ଅଧିକାରୀମାନେ ବିକ୍ରି କରି ଦେଇଛନ୍ତି ଛତିଶଗଡର ଜମି ମାଫିଆଙ୍କୁ । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ତହସିଲ କୁକୁରିପାଲି ମୌଜାରେ । କୁକୁରିପାଲି ଗ୍ରାମର ୨୨ଟି ଆଦିବାସୀ ପରିବାର କେଉଁ ଆବହମାନ କାଳରୁ ପିଢି ପରେ ପିଢି ୪୮ ଏକର ଜଙ୍ଗଲ ଜମି, ସରକାରୀ ଜମିରେ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିଲେ ।

ପୂର୍ବତନ ତହସିଲଦାର ରାମଚନ୍ଦ୍ର ଖଡିଆ, ଆରଆଇ ପର୍ଶୁରାମ ସାହୁଙ୍କ ସହାୟତାରେ ଚଞ୍ଚକତା କରି କୁକୁରିପାଲି ଗ୍ରାମର ନିମିଚନ୍ଦ ପଟେଲ, ନାରାୟଣ ପଟେଲ ସେହି ୪୮ ଏକର ଜମିକୁ ଛତିଶଗଡର କିରଣ ବର୍ମା ଓ ବସୁଦେବ ବର୍ମାଙ୍କୁ ବିକ୍ରି କରିଦେଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ନାରାୟଣ ପଟେଲ ୨୦୧୧ରୁ ମୃତ୍ୟୁବରଣ କରିଥିବାବେଳେ, ୨୦୧୫ରେ ସେ ଜମି ବିକ୍ରେତା ସାଜିଛନ୍ତି । ତାଙ୍କ ନାମରେ ଅନ୍ୟ ଜଣଙ୍କ ଫଟୋ ଦସ୍ତାବିଜରେ ଲାଗିଛି । ଆଦିବାସୀମାନେ ନିଜେ ଚାଷ କରୁଥିବା ଜଙ୍ଗଲ ଜମିର ଜବରଦଖଲ ଫାଇନ ମଧ୍ୟ ଦେଇ ଆସୁଥିବା କହିଛନ୍ତି ।

କିରଣ ବର୍ମା ଓ ବସୁଦେବ ବର୍ମାଙ୍କ ନାମରେ ହୋଇଥିବା ଜମିପଟ୍ଟା ରଦ୍ଦ କରିବା ପାଇଁ ଅନେକ ଥର ୨୨ଟି ପରିବାର ଝାରବନ୍ଧ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ । କିଛି ସୁଫଳ ନ ମିଳିବାରୁ ଫେବୃୟାରୀ ୧୨ ଓ ୧୩ରେ ଝାରବନ୍ଧ ତହସିଲ ଅଫିସ ଆଗରେ ସେମାନେ ଧାରଣାରେ ବସିଥିଲେ । ଧାରଣା ନ ଦେବାକୁ ଅଧିକାରୀମାନେ ଧମକ ଦେଇଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଧମକକୁ ଖାତିରି ନକରି ଗ୍ରାମବାସୀ ଧାରଣା ଜାରି ରଖିଥିଲେ । ଆଠ ଦିନ ମଧ୍ୟରେ ପଟ୍ଟା ରଦ୍ଦ କରାଯିବ ବୋଲି ଅଧିକାରୀମାନେ କହିଥିଲେ ।

ଫେବୃୟାରୀ ୧୩ ତାରିଖରୁ ଆଜି ଯାଏ ଦେଢ ମାସରୁ ଅଧିକ ସମୟ ବିତି ଗଲାଣି ହେଲେ ପ୍ରଶାସନ ପକ୍ଷରୁ ପଟ୍ଟା ରଦ୍ଦ କରାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେପ୍ରଶାସନିକ ଅଧିକାରୀମାନଙ୍କ କାର୍ଯ୍ୟକଳାପରେ ସନ୍ଦେହ ପ୍ରକଟ କରିଛନ୍ତି ଗ୍ରାମବାସୀ । ତହସିଲ ଅଫିସ, ଆରଆଇ ଅଫିସ, ଟ୍ରେଜେରୀ ଅଫିସର ପିଅନ ଠୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଧିକାରୀମାନେ ଏହି ଦୁର୍ନୀତିରେ ସାମିଲ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି କୁକୁରିପାଲି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ