Masthead

୨୦ କିମି ଚାଲିଚାଲି ବିଡିଓଙ୍କୁ ଦାବି ଜଣାଇଲେ ଗ୍ରାମବସୀ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଗାଁକୁ ନାହିଁ ରାସ୍ତା, ଆସିପାରୁନି ଆମ୍ବୁଲାନ୍ସ । ବାରମ୍ବାର ପ୍ରଶାସନ, ନେତା ମନ୍ତ୍ରୀଙ୍କୁ ଗୁହାରି ପରେ ବି ମିଳିଲାନି ସୁଫଳ । ଶେଷରେ ଦୀର୍ଘ ୨୦ କିମି ଚାଲିଚାଲି ଯାଇ ବିଡିଓଙ୍କୁ ଦାବି ଜଣାଇଲେ ଗ୍ରାମବସୀ । ଜଗତସିଂହପୁର ଜିଲ୍ଲା ବାଲିକୁଦ ବ୍ଲକ ଅନନ୍ତପୁର ପଂଚାୟତ ଗୋପିନାଥପୁର ଗାଁକୁ ନାହିଁ ରାସ୍ତା । ଅସୁବିଧା ସମୟରେ ଗାଁ ଭିତରକୁ ଆସିପାରୁ ନାହିଁ ଆମ୍ବୁଲାନ୍ସ । କେତେବେଳେ ରୋଗୀ ଭାରରେ ବୁହା ହେଉଛନ୍ତି ତ କେତେବେଳେ ଚିକିସôା ନପାଇ ଜୀବନ ହାରୁଛନ୍ତି । ଏହା ପ୍ରତିବାଦରେ ଗାଁର ଯୁବପିଢି ଚାଲିଚାଲି ଶୋଭାଯାତ୍ରା କରି ଯାଇଥିଲେ ବ୍ଲକ କାର୍ଯ୍ୟାଳୟକୁ ।

ବିଡିଓଙ୍କୁ ଦାବି ଜଣାଇବା ସହ ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆଗାମୀ ସାଧାରଣ ନିର୍ବାଚନରେ କୌଣସି ନେତାମନ୍ତ୍ରୀଙ୍କୁ ଗାଁ ଭିତରକୁ ପୁରାଇ ଦିଆଯିବ ନାହିଁ ବୋଲି କହିଛନ୍ତି । ଏବଂ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି । ଗାଁ ସମସ୍ୟା ନେଇ ଚାଲି ଚାଲି ଯାଇ ବିଡିଓଙ୍କୁ ଦାବି ଜଣାଇଛନ୍ତି ଗୋପିନାଥପୁର ଗାଁର ଯୁବପିଢି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ବିକାଶ ନାୟକ । ଖୁବଶୀଘ୍ର ସମସ୍ୟାର ସମାଧାନ କରିବା ସହ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି ବିଡିଓ । ବିଡିଓଙ୍କ ଭରସାରେ ଗୋପିନାଥପୁର ଗ୍ରାମବାସୀ । ପ୍ରତିଶ୍ରୁତି ପୂରଣ ହେଉଛି ନା ପୂର୍ବପରି ଫାଇଲ ଭିତରେ ବନ୍ଦ ହୋଇ ରହୁଛି ଗାଁ ଲୋକଙ୍କ ସମସ୍ୟା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ