Masthead

୨୦ କିମି ଚାଲିଚାଲି ବିଡିଓଙ୍କୁ ଦାବି ଜଣାଇଲେ ଗ୍ରାମବସୀ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଗାଁକୁ ନାହିଁ ରାସ୍ତା, ଆସିପାରୁନି ଆମ୍ବୁଲାନ୍ସ । ବାରମ୍ବାର ପ୍ରଶାସନ, ନେତା ମନ୍ତ୍ରୀଙ୍କୁ ଗୁହାରି ପରେ ବି ମିଳିଲାନି ସୁଫଳ । ଶେଷରେ ଦୀର୍ଘ ୨୦ କିମି ଚାଲିଚାଲି ଯାଇ ବିଡିଓଙ୍କୁ ଦାବି ଜଣାଇଲେ ଗ୍ରାମବସୀ । ଜଗତସିଂହପୁର ଜିଲ୍ଲା ବାଲିକୁଦ ବ୍ଲକ ଅନନ୍ତପୁର ପଂଚାୟତ ଗୋପିନାଥପୁର ଗାଁକୁ ନାହିଁ ରାସ୍ତା । ଅସୁବିଧା ସମୟରେ ଗାଁ ଭିତରକୁ ଆସିପାରୁ ନାହିଁ ଆମ୍ବୁଲାନ୍ସ । କେତେବେଳେ ରୋଗୀ ଭାରରେ ବୁହା ହେଉଛନ୍ତି ତ କେତେବେଳେ ଚିକିସôା ନପାଇ ଜୀବନ ହାରୁଛନ୍ତି । ଏହା ପ୍ରତିବାଦରେ ଗାଁର ଯୁବପିଢି ଚାଲିଚାଲି ଶୋଭାଯାତ୍ରା କରି ଯାଇଥିଲେ ବ୍ଲକ କାର୍ଯ୍ୟାଳୟକୁ ।

ବିଡିଓଙ୍କୁ ଦାବି ଜଣାଇବା ସହ ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆଗାମୀ ସାଧାରଣ ନିର୍ବାଚନରେ କୌଣସି ନେତାମନ୍ତ୍ରୀଙ୍କୁ ଗାଁ ଭିତରକୁ ପୁରାଇ ଦିଆଯିବ ନାହିଁ ବୋଲି କହିଛନ୍ତି । ଏବଂ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି । ଗାଁ ସମସ୍ୟା ନେଇ ଚାଲି ଚାଲି ଯାଇ ବିଡିଓଙ୍କୁ ଦାବି ଜଣାଇଛନ୍ତି ଗୋପିନାଥପୁର ଗାଁର ଯୁବପିଢି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ବିକାଶ ନାୟକ । ଖୁବଶୀଘ୍ର ସମସ୍ୟାର ସମାଧାନ କରିବା ସହ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି ବିଡିଓ । ବିଡିଓଙ୍କ ଭରସାରେ ଗୋପିନାଥପୁର ଗ୍ରାମବାସୀ । ପ୍ରତିଶ୍ରୁତି ପୂରଣ ହେଉଛି ନା ପୂର୍ବପରି ଫାଇଲ ଭିତରେ ବନ୍ଦ ହୋଇ ରହୁଛି ଗାଁ ଲୋକଙ୍କ ସମସ୍ୟା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା