Masthead

ଚାନ୍ଦବାଲି ପୋଲିସର ଦବଙ୍ଗଗିରି, ଦଳିତ ମହିଳାଙ୍କୁ ଆକ୍ରମଣ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ପୋଲିସର ଅମାନୁସିକ କାଣ୍ଡ ଥାନ ଆଗରେ ସର୍ବ ସମୁଖରେ ଦଳିତ ମହିଳା ଏବଂ ତାଙ୍କ ସାଥିରେ ଆସିଥିବା ନାବାଳିକା ନଣଦକୁ ପୋଲିସ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଚାନ୍ଦବାଲିଥାନା ଅଧିନ ଵଂରେଇ ପୁର ଗାଁରେ ଜଣେ ମହିଳା ଏବଂ ତାଙ୍କର ନାବାଳିକା ନଣଦକୁ ନେଇ ତାଙ୍କ ସ୍ଵାମୀଙ୍କୁ ଭେଟିବାକୁ ଆସିଥିବା ବେଳେ ସଂପୃକ୍ତ ମହିଳାଙ୍କ ଛୋଟଛୁଆର ଚପଲ ଥାନା ଭିତରେ ପଡି ଯାଇଥିଲା କାହିଁକି ଥାନା ଭିତରେ ଚପଲ ପକାଇଲ ବୋଲି କହି କନେଷ୍ଟବଳ ରବି ସେଠୀ ଏବଂ ଏସଆଇ ନେପାଳି ସାହା ମହିଳାଙ୍କୁ ମାଡ଼ ମାରିବା ସହିତ ଅସଭ୍ୟ ଭାସାରେ ଗାଳି ଗୁଲଜ କରି ମହିଳା ଜଣଙ୍କୁ ଆକ୍ରମଣ କରିଥିଲେ ।

ମହିଳା ଜଣକ ମାଡ଼ ଖାଇବା ପରେ ପାଟିତୁଣ୍ଡ କରିବାରୁ ଥାନାର କାର୍ଯ୍ୟରତ ଏସଆଇ ନେପାଳୀ ସାହା ଏବଂ ଦୁଇଜଣ ପୁରଷ କନେଷ୍ଟବଳଙ୍କୁ ଡାକି ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରି ଲହୁଲୁହାଣ କରିବା ସହ ତାଙ୍କ ନାବାଳିକା ନଣଦକୁ ମଧ୍ୟ ମାଡ ମାରିବାକୁ ପଛାଇ ନଥିଲେ । ଏହି ଘଟଣାକୁ ସ୍ଥାନୀୟ କିଛି ଯୁବକ ନିଜ ମୋବାଇଲେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଛାଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆକ୍ରମଣରେ ଶିକାର ହୋଇଥିବା ମହିଳା ଜଣଙ୍କ ଚାନ୍ଦବାଲି ଏସଡିପିଓଙ୍କୁ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି ।ସମ୍ପୃକ୍ତ ଘଟଣାର ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚରଣ ମଲ୍ଲିକ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି