Masthead

ଟାଟାପାୱାର କର୍ମଚାରୀଙ୍କୁ ପମ୍ପହାଉସରେ ତାଲା ପକାଇଲେ ଗ୍ରାମବାସୀ

ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ବିଜୁଳି କାଟକୁ ନେଇ ପଂଚାୟତକୁ ପାନୀୟ ଜଳ ଯୋଗାଣ ବନ୍ଦ । ଗ୍ରାମବାସୀ ମାନେ ପାଞ୍ଚ ଜଣ ଟାଟା ପାୱାର କର୍ମଚାରୀଙ୍କୁ ପମ୍ପ ହାଉସରେ ତାଲା ପକାଇଲେ । କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର ନଖରା ପଂଚାୟତର ଅଲାରପୁର ଗ୍ରାମ ନିକଟରେ ଥିବା ପମ୍ପ ହାଉସରୁ ଟାଟା ପାୱାର କର୍ମଚାରୀ ବିଜୁଳି କନେକ୍ସନ କାଟି ଦେବାରୁ ନିକଟସ୍ଥ ପାଞ୍ଚଟି ଗାଁକୁ ଚାରି ଦିନ ହେବ ପାନୀୟ ଜଳ ଯୋଗାଣ ଠପ ହୋଇଯାଇଥିଲା । ଏହାକୁ ବିରୋଧ କରି ଗ୍ରାମବାସୀ ମାନେ ଟାଟା ପାୱାର କିଛି କର୍ମଚାରୀଙ୍କୁ ପମ୍ପ ହାଉସ ଭିତରେ ତାଲା ପକେଇବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଟାଟା ପାୱାର କର୍ମଚାରୀମାନଙ୍କ ସହିତ ଆଲୋଚନା କରି ସରପଞ୍ଚଙ୍କ ପ୍ରତିନିଧି ଚାରି ଲକ୍ଷ ଟଙ୍କାର ଚେକ ଦେବାରୁ ଘଣ୍ଟାଏ ଭିତରେ ବିଜୁଳି କନେକ୍ସନ ଆସିବ ବୋଲି ଜାଣିବା ପରେ ଗ୍ରାମବାସୀ ମାନେ ଟାଟା ପାୱାର କର୍ମଚାରୀ ମାନଂକୁ ଛାଡିଥିଲେ । ଅନ୍ୟପକ୍ଷରେ ବର୍ତମାନର ଚୌଦ୍ୱାର ଅଂଚଳରେ ୪୨୧ କୋଟି ଟଙ୍କା ର ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ହୋଇଥିଲା ବେଳେ ଟାଟା ପାୱାର ଏହି ପ୍ରକଳ୍ପ ଗୁଡିକ ପାଇଁ ବାଧା ସୃଷ୍ଟି କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା