Masthead

ଇତିହାସ ରଚିଲେ ମହିଳା ପାଇଲଟ ଦଳ

ନୂଆଦିଲ୍ଲୀ (ବଡ଼ ଖବର): ଏୟାର ଇଣ୍ଡିଆର ଏକ ୪ ଜଣିଆ ମହିଳା ପାଇଲଟ ଦଳ ବିଶ୍ୱର ଦୀର୍ଘତମ ଉଡ଼ାଣ କରୁଛନ୍ତି। ଜାନୁଆରୀ ୯ ତାରିଖ ରାତି ୯ଟା ୫୦ରେ ସେମାନେ ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋରୁ ଏହି ଉଡ଼ାଣ ଆରମ୍ଭ କରିଥିଲେ । ପ୍ରାୟ ୧୮ଘଣ୍ଟା ପରେ ବେଙ୍ଗାଲୁରୁରେ ପହଞ୍ଚିବେ ବୋଲି ଅନୁମାନ କରାଯାଉଛି। କ୍ୟାପଟେନ ଜୋୟା ଅଗରୱାଲଙ୍କ ନେତୃତ୍ୱରେ ଏହି ଚାରି ଜଣିଆ ମହିଳା ଦଳରେ ତନ୍ମୟୀ ପାପାଗାରି, ଆକାଂକ୍ଷା ସୋନାୱାନେ ଓ ଶିବାଙ୍ଗୀ ମାନହଂସ ସାମିଲ ହୋଇଛନ୍ତି।

ସେମାନେ ଉତ୍ତର ମେରୁ ଉପର ଦେଇ ବୋଇଂ-୭୭୭ ଏସ୍‌ଏଫ୍‌ଓ-୨୦୦ ବିଏଲଆର ବିମାନରେ ୧୬ହଜାର କିଲୋମିଟର ପଥ ଅତିକ୍ରମ କରିବେ। ଏହି ଉଡ଼ାଣ ପଥ ବିଶ୍ୱର ଦୀର୍ଘତମ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହି ବିମାନର ଯାତ୍ରୀ କ୍ଷମତା ୧୨ ବିମାନ କର୍ମଚାରୀଙ୍କ ସହିତ ୨୩୮ ରହିଛି। ବିଶ୍ୱର ଦୀର୍ଘତମ ପଥ ବିମାନ ଉଡ଼ାଇବା ତାଙ୍କ ପାଇଁ ଏକ ସ୍ୱର୍ଣ୍ଣ ସୁଯୋଗ ବୋଲି ସେ କହିଛନ୍ତି। ସେ ୮ହଜାର ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଇବାର ଅଭିଜ୍ଞତା ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ