Masthead

ରଥ ନିର୍ମାଣ ପାଇଁ ପୁରୀକୁ ଗଲା କାଠ

ସୋରଡା(ବଡ଼ ଖବର ବ୍ୟୁରୋ): ରଥ ନିର୍ମାଣ ପାଇଁ ପୁରୀକୁ ଗଲା ୨୦ ଖଣ୍ଡ କାଠ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜ ଅଧୀନ ବାଇବାଲି ଜଙ୍ଗଲରୁ ପୁରୀକୁ ଗଲା ରଥକାଠ। କିଛିଦିନ ତଳେ ବନ କର୍ମଚାରୀଙ୍କ ସହିତ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଉତ୍ତର ଘୁମୁସର ବନଖଣ୍ଡର ତାରର୍ଷୀଙ୍ଗ,ବାଇବାଲି ଓ ସେଣ୍ଟ୍ରାଲ ରିଜର୍ଭ ଜଙ୍ଗଲ କାଳିଆମ୍ବାକୁ ଯାଇ ରଥକାଠ ଚିହ୍ନଟ କରିଥିଲେ। ଆଜି ପ୍ରଥମ ପର୍ଯ୍ୟାୟରେ ବାଇବାଳି ଜଙ୍ଗଲରୁ ୨୦ ଖଣ୍ଡ ରଥକାଠ ପୁରୀ ପଠା ଯାଇଥିଲା।

ବାଇବାଳୀ ଠାରୁ ଭଞ୍ଜନଗର ପର୍ୟ୍ୟନ୍ତ ପ୍ରତ୍ୟେକ ଗ୍ରାମରେ କାଠ ବୋଝେଇ ଗାଡ଼ିକୁ ଅଟକାଇ ଲୋକେ ପୂଜାର୍ଚ୍ଚନା କରିବା ସହ ନୂତନ ବସ୍ତ୍ର କାଠ ଉପରେ ଘୋଡାଇ ଥିଲେ । ଭଞ୍ଜନଗରରେ ପ୍ରଥମେ ଚକରା ବିଶୋଇ ଛକ ଓ ପରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟରେ ଗାଡ଼ିକୁ ଅଟକାଇ ଡିଏଫଓ ସୁଦର୍ଶନ ବେହେରାଙ୍କ ସହ ବନବିଭାଗ କର୍ମଚାରୀ ରଥକାଠକୁ ପୂଜା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା