Masthead

ଏକ କାଳିନ ୩ଟି ମନ୍ଦିରରୁ ନଗଦ ଟଙ୍କା ଓ ଅଳଙ୍କାର ଚୋରି

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ) ଦିନକୁ ଦିନ ବାଂଶଡା ଥାନା ଅଧିନ ଘଣ୍ଟେଶ୍ୱର ଫାଣ୍ଡି ଅଞ୍ଚଳରେ ଆଇନ ଶୃଙ୍ଖଳା ଭୁସୁଡିବାରେ ଲାଗିଛି । ଗତ ଶୁକ୍ରବାର ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ କାଳିନ ୩ଟି ମନ୍ଦିରରୁ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ବାଂଶଡା ଥାନା ଅନ୍ତର୍ଗତ ତୋଟାପଡା ପଞ୍ଚାୟତରେ ।

ଶୁକ୍ରବାର ବିଳମ୍ବିତ ରାତିରେ ତୋଟାପଡା ତାରିଣୀ ମନ୍ଦିର, ମାଣିପୁର ନାଗା ଗୋସାଇଁ ମନ୍ଦିର ଏବଂ ନୂଆସାହିରେ ମା ଜିତେନ୍ଦ୍ରୀ ମନ୍ଦିରରେ ଚାବି ଭାଙ୍ଗି ସମସ୍ତ ଅଳଙ୍କାର ଏବଂ ଟଙ୍କା କେହି ଦୃବୁତ ଚୋରି କରି ନେଇଥିବା ଦେଖିବାକୁ ମିଳିଛି। ଏନେଇ ମନ୍ଦିର ପୂଜକ ବାଂଶଡା ଥାନାରେ ଲିଖିତ ଅଭିଯୋଗ ଦେବା ପରେ ନୂତନ ଥାନା ଅଧିକାରୀ ଦେବରାଜ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ମନ୍ଦିରର ସିସିଟିଭି ଫୁଟେଜ ପୋଲିସ ହାତରେ ଥିବାବେଳେ ତୁରନ୍ତ ଚୋର ଧରିବାରେ ସଫଳ ହେବ ବୋଲି ଥାନା ଅଧିକାରୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ