Masthead

ରାଜ୍ୟରେ ହେବ ହଜାରେ ଏସିରୁମ: ରଣେନ୍ଦ୍ର ପତାପ ସ୍ୱାଇଁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶୀତଳ ଭଣ୍ଡାରକୁ ନେଇ ଗୃହରେ କଂଗ୍ରେସ ଉଦବେଗ । ସରକାରଙ୍କୁ କରିଛନ୍ତି ଟାର୍ଗେଟ କଲେ ବିରୋଧୀ। ରାଜ୍ୟ ହେଉଛି ଚାଷୀ ବହୁଳ ଅଞ୍ଚଳ। ପନିପରିବା ଭର୍ତ୍ତି କିନ୍ତୁ ଶୀତଳ ଭଣ୍ଡାର ନଥିବାରୁ ଲୋକଙ୍କ ଉତ୍ପାଦିତ ଶସ୍ୟ ନଷ୍ଟ ହେଉଛି। ଯେଉଁ ଅଞ୍ଚଳ ବହୁଳ ଚାଷ ହେଉଛି ସେଠାରେ ଶୀତଳ ଭଣ୍ଡାର ବନାଇବାକୁ ଦାବି କରିବା ସହ ଇଛୁକ ଯୁବ ପୀଢ଼ିଙ୍କୁ ସରକାର ଭଣ୍ଡାର ବନାଇବାକୁ ଅନୁମତି ଦିଅନ୍ତୁ । ରାଜ୍ୟରେ ୩୬ଗୋଟି ଶୀତଳ ଭଣ୍ଡାର କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ମୋଟ ୯୭ଟି ଶୀତଳ ଭଣ୍ଡାର ଅଛି ।

ସେପଟେ ବନ୍ଦ ପଡ଼ି ଥିବା ଶୀତଳ ଭଣ୍ଡାର କାର୍ଯ୍ୟ କରିବା ପାଇଁ ଯେତିକି ଅର୍ଥ ଖର୍ଚ୍ଚ ହେବ ସେଥିରେ ନୂତନ ଭଣ୍ଡାର ବାନଯାଇ ପାରିବା ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ରାଜ୍ୟରେ ୯୭ ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ବେଳେ ୩୬ ଟି ସଚଳ ରହିଛି । ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା ସମ୍ଭବ ନୁହେଁ । କାରଣ ଅଚଳକୁ ସଚଳ କରିବା ବ୍ୟୟ ବହୁଳ । ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇ ପାରିବ । ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ୧୦୦୦ ଟି ଶୀତଳି କରଣ ଗୃହ (ଏସିରୁମ) ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି ।

ଯାହା କି ସୌର ଚାଳିତ ଯନ୍ତ୍ରାଂଶ ଦ୍ୱାରା ଚାଲିବ । ଏହାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଚାଲିବ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ ୭୦ ପ୍ରତିଶତ ରିହାତିରେ ସବଜି କୁଲର ଯୋଗାଇ ଦେବେ ରାଜ୍ୟ ସରକାର । ଯେଉଁଥିରେ ଚାଷୀ ମାନେ ତାଙ୍କ ଅମଳ ପନି ପରିବା କିଛି ଦିନ ପର୍ଯ୍ୟନ୍ତ ରଖି ପାରିବେ। ଏହାକୁ ଏପ୍ରିଲ ୧ ରୁ ଆରମ୍ଭ କରାଯିବ ବୋଲି ବିଧାନସଭା ରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ