Masthead

ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ପାରିବାରିକ କଳହରୁ କରୁଣ ପରିଣତି । ସ୍ତ୍ରୀକୁ ଭୁଜାଲିରେ ହାଣି ସ୍ୱାମୀର ବିଷ ପିଇ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧାମରା ଥାନା ଅଧିନ ଝାଡ଼କଟା ଗ୍ରାମରେ । ସ୍ତ୍ରୀକୁ ଭୁଜାଲିରେ ହାଣିବା ପରେ ସ୍ୱାମୀ ବିଷପିଇ ଜୀବନ ହାରିଛି। ମୃତକ ହେଲେ ପର୍ଶୁରାମ ରଣା । ଧାମରା ଅଞ୍ଚଳ ଝାଡକଟା ଗ୍ରାମର ସ୍ୱାମୀ ପର୍ଶୁରାମ ସ୍ତ୍ରୀ ପାର୍ବତୀ ସହ ଝଗଡା କରିଥିଲେ । ପରେ ଏକ ଭୁଜାଲିରେ ପାର୍ବତୀଙ୍କ ମୁଣ୍ଡକୁ ଆଘାତ କରିଥିଲେ ।

ପାର୍ବତୀର ଚିତ୍କାର ଶୁଣି ପଡୋଶୀମାନେ ଆସି ପାର୍ବତୀକୁ ପ୍ରଥମେ ଧାମରା ମେଡିକାଲ ପରେ ଭଦ୍ରକ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ପରେ ପର୍ଶୁରାମ ନିଜ ଘରେ ଥିବାବେଳେ ବିଷଖାଇ ଦେଇଥିଲେ । ପୁନଶ୍ଚ ପଡୋଶୀ ପର୍ଶୁରାମକୁ କଟକ ମେଡିକାଲକୁ ନେଇ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ବରର୍ତ୍ତମାନ ପାର୍ବତୀଙ୍କ ଅବସ୍ଥା ସୁସ୍ଥ ଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ