Before Header

ବାହାନଗା ଟ୍ରେନ ଟ୍ରାଜେଡି, ଅଭିଯୁକ୍ତଙ୍କ ରିମାଣ୍ଡର ତୃତୀୟ ଦିନ

0 22

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି । ଗିରଫ ଅଭିଯୁକ୍ତଙ୍କ ରିମାଣ୍ଡର ତୃତୀୟ ଦିନ । ଗତକାଲି ଚନ୍ଦକା ଥାନାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା ସିବିଆଇ । ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାଁ, ଟେକ୍ନିସିଆନଙ୍କୁ ପପୁ କୁମାରଙ୍କୁ ଗିରଫ କରି ଜେରା କରୁଛି ସିବିଆଇ । ଆଉ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ସମନ କରିଥିବା ମଧ୍ୟ ସୂଚନା ମିଳିଛି । ଦୁର୍ଘଟଣା କେମିତି ହେଲା? ସିଗନାଲରେ କାହିଁକି ତ୍ରୁଟି ଦେଖା ଦେଇଥିଲା? ଦୁର୍ଘଟଣା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି? ନା ଅବହେଳାରୁ ଦୁର୍ଘଟଣା ଘଟିଛି ଏହି ସବୁ ଦିଗ ଉପରେ ତଦନ୍ତ କରୁଛି ସିବିଆଇ । ଅବହେଳା ଓ ପ୍ରମାଣ ନଷ୍ଟର ଦଫା ଲଗାଇଛି ସିବିଆଇ ।

Leave A Reply

Your email address will not be published.