Masthead

କାଶ୍ମୀରରେ ତିନି ଆତଙ୍କୀ ହମଲା

(ବଡ଼ ଖବର ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ଏକ ଘଣ୍ଟାରେ ଆତଙ୍କବାଦୀ ତିନି ତିନିଟା ଆତଙ୍କୀ ଘଟଣା ଘଟାଇଛନ୍ତି। ପ୍ରଥମ ଆକ୍ରମଣ ଜଣାଶୁଣା ଫାର୍ମାସୀ ବ୍ୟବସାୟୀଙ୍କ ଉପରେ ହୋଇଛି। ଏହା ପରେ ଶ୍ରୀନଗରର ମଦିନ ସାହିବରେ ଷ୍ଟ୍ରିଟ୍ ହକରଙ୍କ ଉପରେ ଗୁଳି ମାଡ କରିଛନ୍ତି ଏବଂ ପରେ ବାନ୍ଦିପୁରା ଜିଲ୍ଲାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୋଲିସ ଅନୁଯାୟୀ, ଆତଙ୍କବାଦୀ ଯେଉଁ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି ତାଙ୍କ ପରିଚୟ ନାୟଦଖାଇ ନିବାସୀ ମହମ୍ମଦ ଶଫି ଲୋନ ଭାବେ ହୋଇଛି। ସୁରକ୍ଷାବଳ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସି ଚଳାଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଘଟଣାସ୍ଥଳରେ ପୋଲିସ ବଳ ମୁତୟନ କରାଯାଇଛି। ଏହି ଘଟଣାର କିଛି ମିନିଟ୍ ପୂର୍ବରୁ ଆତଙ୍କବାଦୀ ଶ୍ରୀନଗରର ଇକବାଲ ପାର୍ଟିରେ ଏକ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜଣେ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ୬୮ ବର୍ଷୀୟ ବିନ୍ଦୁରୁ ଦୋକାନରେ ଗ୍ରାହକଙ୍କୁ ଔଷଧ ଦେଉଥିବା ବେଳେ ଆତଙ୍କୀ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ପରେ ସବୁ ଆତଙ୍କୀ ଫେରାର ହୋଇ ଯାଇଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି