Masthead

ଶବଦାହ କଲେନି ଚାଷୀଙ୍କ ପରିବାର, ଦାବି କଲେ ପୋଷ୍ଟମର୍ଟମ ରିପୋର୍ଟ

(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶ ଲଖିମପୁରରେ ୪ ମୃତ କୃଷକଙ୍କ ପରିବାର ମଧ୍ୟରୁ ୨ ପରିବାର ଶବଦାହ ପାଇଁ ମନା କରିଦେଇଛନ୍ତି। ସେମାନେ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାବି କରିଛନ୍ତି। ରିପୋର୍ଟ ମିଳିବାପରେ ହିଁ ଶବଦାହ କରିବେ ବୋଲି ସେମାନେ ଜିଦ ଧରିଛନ୍ତି। ଏହି ଦାବି ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ସେଠାକୁ ଯାଇ କୃଷକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିବା ଜଣାପଡ଼ିଛି।

ଉକ୍ତ ପରିବାର ସଦସ୍ୟଙ୍କୁ ସମର୍ଥନ କରି ସ୍ଥାନୀୟ ଲୋକେ ମଧ୍ୟ ସେମାନଙ୍କ ଘର ବାହାରେ ଏକଜୁଟ ହୋଇଥିଲେ। ଅନ୍ୟ ଜଣେ ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ଶବବ୍ୟବଚ୍ଛେଦ ରିପୋର୍ଟରେ କିଛି ହେରଫେର ହୋଇପାରେ। ତେଣୁ ସେମାନେ ପ୍ରଥମେ ରିପୋର୍ଟ ଦାବି କରିଛନ୍ତି। ଏକ ଡାକ୍ତର ଦଳ କୃଷକମାନଙ୍କ ପୋଷ୍ଟମର୍ଟମ କରିଥିଲେ। ଗତକାଲି ଆନ୍ଦୋଳନରତ କୃଷକ ଏବଂ ସରକାରୀ ପ୍ରତିନିଧିଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ସରକାର କ୍ଷତିପୂରଣ ଦେବା ସହ ମାମଲାର ବିଚାରବିଭାଗୀୟ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବାପରେ କୃଷକମାନେ ଶବ ଉଠାଇବାକୁ ରାଜି ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି