Masthead

ଶିକ୍ଷା ଅଧିକାରଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପାଖାପାଖି ଏକ ବର୍ଷ ହେବ ବିଷ୍ଣୁପ୍ରିୟା ଦେବୀ ନାମକ ଜଣେ ବରିଷ୍ଠ ଶିକ୍ଷୟତ୍ରୀ ପ୍ରମୋସନ ହୋଇ ଏଠାରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତି ହେଇଛନ୍ତି। ଶିକ୍ଷୟତ୍ରୀ ନୂତନ ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ହୋଇଥିବାରୁ ନିଜର କାର୍ଯ୍ୟ କିପରି ସଠିକ ଭାବେ ତୁଲାଇ ହେବ ସେ ନେଇ ଉପରସ୍ତ ଅଧିକାରୀଙ୍କୁ ଅନେକ ସମୟରେ ପଚାରିଥାନ୍ତି। ଉପରସ୍ତ ଅଧିକାରୀ ତାଙ୍କୁ କାମ ବୁଝାଇବା ଦୂରର କଥା ତାଙ୍କୁ ବିଭିନ୍ନ ପ୍ରକାର କଟୁ କଥା କହିବା ସହ ନିମ୍ନ ଅଧିନସ୍ଥ କର୍ମଚାରୀଙ୍କ ଆଗରେ ଖରାପ ଭାଷାରେ ଗାଳିଗୁଲଜ କରଥାନ୍ତି । ଯାହା ବିଷ୍ଣୁପ୍ରିୟା ଦେବୀଙ୍କ ଆତ୍ମସମ୍ମାନକୁ ଅନେକ ସମୟରେ କୁଠାରଘାତ କରିଥାଏ।

କେବଳ ସେତିକିରେ ସରିନି ଦୁର୍ବ୍ୟବହାର ରାସ୍ତା । ବିଓଙ୍କ ବ୍ୟବହାର ଦେଖି କାଣୀ ବିରାଡ଼ି ଉପରେ କୁଜି ଅସରପା ଷଣ୍ଢ ଭଳି ମହିଳା ଅଧିକାରୀଙ୍କୁ ଅଧିନସ୍ଥ କର୍ମଚାରୀ ସିଆରସିସି ମଧ୍ୟ ଦୁର୍ବ୍ୟବହାର କରୁଛନ୍ତି । ଅକ୍ଷୟ ନାୟକ ନାମକ ଜଣେ ସିଆରସିସି ମହିଳା ଅତରିକ୍ତ ଶିକ୍ଷା ଅଧିକାରୀ ଅଧୀନରେ କାମ କଲେ ମଧ୍ୟ ନିଜକୁ ସେହି ଅଫିସ ର ସର୍ବେସର୍ବା ଭାବନ୍ତି । ଯେଉଁଥିପାଇଁ ଉପରସ୍ଥ ମହିଳା ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ଧମକ ମଧ୍ୟ ଦିଅନ୍ତି। ନିଜ ଗଳିରେ କୁତା ଭି ସେର କଥାଭଳି ମହିଳା ଶିକ୍ଷା ଅଧିକାରୀ ଙ୍କୁ ଆମେ ଲୋକାଲ ଲୋକ ଆମକଥାରେ ଚାଲ ନହେଲେ ତୋର ଅବସ୍ଥା ଖରାପ କରିଦେବୁ କହି ଧମକାଉଛନ୍ତି ସିଅରସିସି ବାବୁ ଅକ୍ଷୟ। ବିଷ୍ଣୁପ୍ରିୟା ଦେବୀ ଗୋଟିଏ ପୋଷ୍ଟ ପାଇଥିଲେ ମଧ୍ୟ ତିନିରୁ ଉର୍ଦ୍ଧ ଅଧିକାରୀଙ୍କ କାମ ତୁଲାଉଛନ୍ତି। ଯାହାକୁ ନେଇ ବିଓ ମହାଶୟ ତାଙ୍କୁ ଧନ୍ୟବାଦ ଦେବା ପରିବର୍ତ୍ତେ ଉପରସ୍ତ ଅଧିକାରୀଙ୍କୁ ସେ କାମ କିଛି କରୁନାହାନ୍ତି ବୋଲି ପ୍ରକାଶ କରୁଛନ୍ତି।

ବିଦ୍ୟାଳୟ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାର କୋଡିଏରୁ ତିରିଶି ପ୍ରତିଶତ ଖର୍ଚ୍ଚ କରି ଅବଶିଷ୍ଟ ଟଙ୍କାକୁ ବିଓ ଏବଂ ସିଆରସିସି ହଜମ କରିବାରେ ଲାଗିଛନ୍ତି। ଦୁଇହଜ଼ାର ତେଇଶି ନଭେମ୍ବର ମାସରେ ହେବାକୁ ଥିବା ଦିବ୍ୟାଙ୍ଗ ପିଲାଙ୍କ ବ୍ଲକ ଲେବୁଲ ସ୍ପୋର୍ଟ୍ସ କୁ ଗତ ଦୁଇହଜାର ଚବିଶ ଜୁଲାଇ ଷୋହଳ ତାରିଖରେ କରାଯାଇଛି। ଯାହା ସମ୍ପୂର୍ଣ୍ଣ ନିୟମ ବାହାରେ। ଏଥିପାଇଁ ଆସିଥିବା ଟଙ୍କାକୁ ବାପୁଜୀ କ୍ଳଷ୍ଟର ରଜନୀକାନ୍ତ ବେହେରା ନାମକ ସିଆରସିସି ବ୍ୟକ୍ତିଗତ ଆକାଉଣ୍ଟକୁ ପଠାଇବା ପାଇଁ ସମସ୍ତ ସିଆରସିସି ଓ ବି.ଓ ବାଧ୍ୟ କରାଇ ଦସ୍ତଖତ କରାଇଥିଲେ। ଯାହା ନିୟମ ବାହାରେ ଥିଲା । ତେବେ ଏଭଳି ଅନେକ ଘଟଣା ରେ ଅତିଷ୍ଟ ହୋଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ବିଷ୍ନୁପ୍ରିୟା ଦେବୀ। ସରକାର ଙ୍କ ନିୟମ ଓ ସୂଚନା ଅଧିକାର ଆଇନି ମିଳିଥିବା ସୂଚନା ଅନୁଯାୟୀ ଜଣେ ସିଆରସିସି ଗୋଟିଏ ସ୍ଥାନରେ ସର୍ବାଧିକ ପାଞ୍ଚବର୍ଷ ରହିପାରିବ।

ଅପରପକ୍ଷରେ ଅନେକ ସିଆରସିସି ଦୀର୍ଘ ଦଶ ବର୍ଷ ଧରି ଚକାମାଡ଼ି ବସିଛନ୍ତି। ଚିଠି ନଂ-୨୦୧୨ ତା.୧୨.୧୦.୨୨ ମୁତାବକ ନିଜ ବିଦ୍ୟାଳୟକୁ ନ ଫେରି ପୂର୍ବ ପଦବୀରେ କାର୍ଯ୍ୟକରୁଛନ୍ତି। ନିଜ ନିଜ କ୍ଲସ୍ଟର ଖବର ବୁଝିବା ବଦଳରେ କାର୍ଯ୍ୟାଳୟରେ ବସି ଗୁଲିଖଟି ଗପ କରିବା ସହିତ ବିଭିନ୍ନ ବିଶୃଖଳା ସୃଷ୍ଟି କରୁଛନ୍ତି। ତନ୍ମଧ୍ୟରୁ ସିଆରସିସି ଔଷଧ ବେପାର କରୁଛନ୍ତି ତ ପୁଣି ଆଉ କିଏ ମସଲା ବେପାର କରୁଛି। ଶିକ୍ଷକ ପରିବେଶକକୁ ନଷ୍ଟ କରୁଛନ୍ତି ଏମାନେ। ଯାହାକୁ ନେଇ ଅନେକ ଥର ଗଣମାଧ୍ୟମରେ ପ୍ରକାଶ ପାଇଲେ ମଧ୍ୟ ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ଜ଼ିଲ୍ଲା ଶିକ୍ଷା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ଯାହା ଦୁଃଖ ପରିତାପର ବିଷୟ।ଏ ସମ୍ପର୍କରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରିଣୀ ବିଭିନ୍ନ ଗଣମାଧ୍ୟମରେ ଆଗରେ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା