Masthead

ବଡ଼ ଖବର ନମ୍ବର ୱାନ: ଆମେ କୃତଜ୍ଞ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧନ୍ୟବାଦ ଓଡ଼ିଶା । ରେଜଲ୍ଟ ଡେରେ ‘ବଡ଼ ଖବର’କୁ ମିଳିଲା ଦର୍ଶକଙ୍କ ସର୍ବାଧିକ ଭଲପାଇବା । ରାଜ୍ୟର ଏକମାତ୍ର ନିରପେକ୍ଷ ଚ୍ୟାନେଲ ‘ବଡ଼ ଖବର’ରେ ନିର୍ବାଚନ ଖବର ଦେଖିବାକୁ ପସନ୍ଦ କଲା ଓଡ଼ିଶା । ପଛରେ ପଡ଼ିଲେ ବଡ଼ ବଡ଼ ଚ୍ୟାନେଲ । ରାଜନୈତିକ ଦଳ, ପୁଞ୍ଜପତିଙ୍କ ଚ୍ୟାନେଲକୁ ପ୍ରତ୍ୟାଖାନ କରି ଲୋକେ ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ରେ ଦେଖିଲେ ଉପନିର୍ବାଚନର ଫଳ ଓ ବିଶ୍ଳେଷଣ । ଭିୟୁରସିପ୍ ଜାଣିବାକୁ ଏବେ ଟିଆରପି ବା ବାର୍କ ବ୍ୟବସ୍ଥା ନ ଥିବାରୁ ସୋସିଆଲ ମିଡିଆର ଲାଇଭ୍ ଷ୍ଟ୍ରିମିଂ ବଡ଼ ମାଧ୍ୟମ ହୋଇଛି ।

ଆଜି ଦିନ ସାରା ଫେସବୁକର ଲାଇଭଷ୍ଟ୍ରିମିଂରେ ସବୁବେଳେ ସର୍ବାଧିକ ଅନଲାଇନ ଭିୟୁଓର୍ ପାଉଥିଲା ‘ବଡ଼ ଖବର’ । ଯାହା ଦର୍ଶାଉଥିଲା ଲୋକେ କାହା ଏଜେଣ୍ଡା ବା ରଂଗମରା ଖବର ଦେଖିବାକୁ ଚାହୁଁ ନାହାନ୍ତି, ବରଂ ସଚ୍ଚୋଟ ଓ ନିରପେକ୍ଷ ଚ୍ୟାନେଲରୁ ସତ ଓ ସଠିକ୍ ଖବର ଜାଣିବାକୁ ଚାହିଁଛନ୍ତି । ‘ବଡ଼ ଖବର’ ଆରମ୍ଭ ହେବାକୁ ବର୍ଷେ ବି ହୋଇନି ।

ତେବେ କମ୍ ସମୟରେ ଆମେ କେବଳ ଓ କେବଳ ଲୋକଙ୍କ ହିତ ଓ ଠିକ୍ ଖବର ଦେବାର ବ୍ରତୀ ହୋଇଛୁ । କେବେ ବି କାହା ଚାପର ବଶବର୍ତ୍ତୀ ହୋଇନାହୁଁ କି କେବେ ବି ହେବୁ ନାହିଁ । ଆପଣମାନଙ୍କ ସାହାଯ୍ୟରେ ‘ବଡ଼ ଖବର’ ଚ୍ୟାନେଲ ଚାଲୁଛି । ତେଣୁ ଅନ୍ୟ କାହା ଭଳି ମିଛ ଦେଖାଇବାର ନାହିଁ କିମ୍ବା କୌଣସି ରାଜନୈତିକ ଦଳ ଏଜେଣ୍ଟ ଭଳି କାମ କରିବାର ନାହିଁ ।

‘ବଡ଼ ଖବର’ ପ୍ରତି ଲୋକଙ୍କ ଭଲ ପାଇବା ଆମକୁ ଆବେଗମୟ କରିଛି । ଆମେ ବିନମ୍ରତାର ସହ ଆମର ସମସ୍ତ ଦର୍ଶକଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛୁ । ଆପଣଙ୍କ ଆଶୀର୍ବାଦ ‘ବଡ଼ ଖବର’ ପ୍ରତି ଏମିତି ଜାରି ରହିଛି । କଥା ଦେଉଛୁ, କେବେ ବି ଆପଣଙ୍କୁ ନିରାଶ କରିବୁ ନାହିଁ । ନିରପେକ୍ଷତା, ସଠିକ୍ ଓ ଶୀଘ୍ର ଖବର ଦେଖାଇବାର ଏ ଧାରା ଓ ଆପଣଙ୍କ ସହ ଆମର ସଂପର୍କ ଏମିତି ଅତୁଟ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼