Masthead

ଭାରତର ପ୍ରଥମ ପେମେଣ୍ଟ-ୱାଚ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହାମାରୀ ପ।ଇଁ ସାରା ଦୁନିଆରେ ନୂଆ ନିୟମ ଲାଗୁ କର।ଯାଇଛି । ଲୋକମାନଙ୍କୁ ଏହି ଭାଇରସଠୁ ବଞ୍ଚାଇବା ପାଇଁ ସରକାର ଅନେକ ନିୟମ ପ୍ରଣୟନ କରିଛନ୍ତି । ତେବେ ସାମାଜିକ ଦୂରତାକୁ ଅଧିକ ଦୃଷ୍ଟି ଦିଆଯାଇଛି । ଏହାକୁ ନଜରରେ ରଖି ଘଣ୍ଟା ବିକ୍ରିରେ ସବୁଠାରୁ ଲୋକପ୍ରିୟତା ହାସଲ କରିଥିବା ଟାଇଟନ୍ କମ୍ପାନୀ ଭାରତରେ ୫ଟି ନୂଆ ମଡେଲର ଘଣ୍ଟା ବଜାରକୁ ଆଣିଛି । ଯେଉଁଥିରେ ଲୋକଙ୍କ ସୁବିଧା ସହ ତାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅ।ଯାଇଛି । କଣ୍ଟାକ୍ଟ ବିନା ଏଥିରେ ପେମେଣ୍ଟ କରାଯାଇପାରିବ । ଏହାର ନାମ ‘ଟାଇଟନ୍-ପେ’ ରଖାଯାଇଛି ।

ପ୍ରଥମଥର ପାଇଁ ଟାଇଟନ୍ କମ୍ପାନୀ ଏସବିଆଇ ସହ କୋଲାବୋରେଟ କରିଛି । ଏହି କୋଲାବୋରେସନରେ ୫ଟି ଷ୍ଟାଇଲିସ କଣ୍ଟାକ୍ଟଲେସ ପେମେଣ୍ଟ ଘଡି ଲଞ୍ଚ କର।ଯାଇଛି । ସିଙ୍ଗଲ ଟ୍ରାଞ୍ଜେକ୍ସନରେ ୟୁଜର ୨୦୦୦ଟଙ୍କା ପର୍ପ୍ୟନ୍ତ ପେମେଣ୍ଟ କରିପାରିବେ । ଏନଏଫସି ଜରିଆରେ ମଧ୍ୟ ପେମେଣ୍ଟ କରଯାଇପାରିବ । ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଏହା ଲଞ୍ଚ କରାଯାଇଛି । ପୁରୁଷଙ୍କ ପାଇଁ ଏହାର ଷ୍ଟାର୍ଟିଙ୍ଗ ପ୍ରାଇସ ୨,୯୯୫ ଟଙ୍କାରୁ ୫,୯୯୫ ପର୍ପ୍ୟନ୍ତ ରହିଛି । ମହିଳାଙ୍କ ପାଇଁ ୩,୮୯୫ରୁ ୪,୩୯୫ଟଙ୍କା ପର୍ପ୍ୟନ୍ତ ଷ୍ଟାର୍ଟିଙ୍ଗ ପ୍ରାଇସ ରହିଛି । ଏହାର ଷ୍ଟ୍ରେପ କଳା ଓ ମାଟିଆ ରଙ୍ଗର ରହିଛି । ଏହା ସ୍ମାର୍ଟ ୱାଚ ନୁହେଁ ସତ, ହେଲେ ଏହାର ଫିଚର ‘ସ୍ମାର୍ଟ’ ଅଟେ । ଯେହେତୁ ଏହା ଏସବିଆଇ ସହ କୋଲାବୋରେଟ କରିଛି ତେଣୁ କେବଳ ଏସବିଆଇ କାର୍ଡ ହୋଲଡର୍ସମାନେ ଏହାର ଫାଇଦା ଉଠାଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ