Masthead

ଭାରତର ପ୍ରଥମ ପେମେଣ୍ଟ-ୱାଚ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହାମାରୀ ପ।ଇଁ ସାରା ଦୁନିଆରେ ନୂଆ ନିୟମ ଲାଗୁ କର।ଯାଇଛି । ଲୋକମାନଙ୍କୁ ଏହି ଭାଇରସଠୁ ବଞ୍ଚାଇବା ପାଇଁ ସରକାର ଅନେକ ନିୟମ ପ୍ରଣୟନ କରିଛନ୍ତି । ତେବେ ସାମାଜିକ ଦୂରତାକୁ ଅଧିକ ଦୃଷ୍ଟି ଦିଆଯାଇଛି । ଏହାକୁ ନଜରରେ ରଖି ଘଣ୍ଟା ବିକ୍ରିରେ ସବୁଠାରୁ ଲୋକପ୍ରିୟତା ହାସଲ କରିଥିବା ଟାଇଟନ୍ କମ୍ପାନୀ ଭାରତରେ ୫ଟି ନୂଆ ମଡେଲର ଘଣ୍ଟା ବଜାରକୁ ଆଣିଛି । ଯେଉଁଥିରେ ଲୋକଙ୍କ ସୁବିଧା ସହ ତାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅ।ଯାଇଛି । କଣ୍ଟାକ୍ଟ ବିନା ଏଥିରେ ପେମେଣ୍ଟ କରାଯାଇପାରିବ । ଏହାର ନାମ ‘ଟାଇଟନ୍-ପେ’ ରଖାଯାଇଛି ।

ପ୍ରଥମଥର ପାଇଁ ଟାଇଟନ୍ କମ୍ପାନୀ ଏସବିଆଇ ସହ କୋଲାବୋରେଟ କରିଛି । ଏହି କୋଲାବୋରେସନରେ ୫ଟି ଷ୍ଟାଇଲିସ କଣ୍ଟାକ୍ଟଲେସ ପେମେଣ୍ଟ ଘଡି ଲଞ୍ଚ କର।ଯାଇଛି । ସିଙ୍ଗଲ ଟ୍ରାଞ୍ଜେକ୍ସନରେ ୟୁଜର ୨୦୦୦ଟଙ୍କା ପର୍ପ୍ୟନ୍ତ ପେମେଣ୍ଟ କରିପାରିବେ । ଏନଏଫସି ଜରିଆରେ ମଧ୍ୟ ପେମେଣ୍ଟ କରଯାଇପାରିବ । ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଏହା ଲଞ୍ଚ କରାଯାଇଛି । ପୁରୁଷଙ୍କ ପାଇଁ ଏହାର ଷ୍ଟାର୍ଟିଙ୍ଗ ପ୍ରାଇସ ୨,୯୯୫ ଟଙ୍କାରୁ ୫,୯୯୫ ପର୍ପ୍ୟନ୍ତ ରହିଛି । ମହିଳାଙ୍କ ପାଇଁ ୩,୮୯୫ରୁ ୪,୩୯୫ଟଙ୍କା ପର୍ପ୍ୟନ୍ତ ଷ୍ଟାର୍ଟିଙ୍ଗ ପ୍ରାଇସ ରହିଛି । ଏହାର ଷ୍ଟ୍ରେପ କଳା ଓ ମାଟିଆ ରଙ୍ଗର ରହିଛି । ଏହା ସ୍ମାର୍ଟ ୱାଚ ନୁହେଁ ସତ, ହେଲେ ଏହାର ଫିଚର ‘ସ୍ମାର୍ଟ’ ଅଟେ । ଯେହେତୁ ଏହା ଏସବିଆଇ ସହ କୋଲାବୋରେଟ କରିଛି ତେଣୁ କେବଳ ଏସବିଆଇ କାର୍ଡ ହୋଲଡର୍ସମାନେ ଏହାର ଫାଇଦା ଉଠାଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା