Masthead

ବଦଳିବ ଯୁକ୍ତ ୨ ପ୍ରଶ୍ନପତ୍ର ଢାଞ୍ଚା

ଭୁବନେଶ୍ୱର (ବଡ଼ ଖବର): ଚଳିତ ବର୍ଷ ବଦଳିବ ଯୁକ୍ତ ୨ ପ୍ରଶ୍ନପତ୍ର ଢାଞ୍ଚା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଢାଞ୍ଚା ବଦଳିବା ପରେ ଯୁକ୍ତ ୨ ପ୍ରଶ୍ନପତ୍ର ଢାଞ୍ଚରେ ମଧ୍ୟ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାର ପ୍ରଶ୍ନପତ୍ର ପଦ୍ଧତିକୁ ଏଥର ପରିବର୍ତ୍ତନ କରାଯିବ । ଚଳିତ ବର୍ଷ ୫୦ ମାର୍କର ଅତି ସଂକ୍ଷିପ୍ତ ପ୍ରଶ୍ନ ରହିବ । କରୋନା ମହାମାରୀ ପାଇଁ ପାଠପଢାରେ ବହୁଳ ଭାବେ ପ୍ରଭାବିତ ହୋଇଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଦୀର୍ଘ ୯ ମାସ ଧରି ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ଥିବାରୁ ୩୦ ପ୍ରତିଶତ ପାଠ୍ୟକ୍ରମ କମାଯାଇଥିବାବେଳେ ଏବେ ପୁଣି ପ୍ରଶ୍ନପତ୍ର ଢାଞ୍ଚରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଏଥର ଦୀର୍ଘ ଉତରମୂଳକ ପ୍ରଶ୍ନ ଅପେକ୍ଷା ସଂକ୍ଷିିପ୍ତ ଉତରମୂଳକ ପ୍ରଶ୍ନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସୂଚନା ମୂତାବତ, ପୂର୍ବପରି ଛାତ୍ରଛାତ୍ରୀମାନେ ୧୦୦ ମାର୍କରେ ପରୀକ୍ଷା ଦେବେ । ଚଳିତ ବର୍ଷ ସାଢେ ୭ ମାର୍କ ସମ୍ବଳିତ ପ୍ରଶ୍ନ ବଦଳରେ ୫ ମାର୍କ ସମ୍ବଳିତ ପ୍ରଶ୍ନ ଆସିବ । ପୂର୍ବରୁ ସାଢେ ୭ମାର୍କ ସମ୍ବଳିତ ୪ଟି ପ୍ରାଶ୍ନ ଆସୁଥିଲା । କିନ୍ତୁ ଏଥର ୫ ମାର୍କ ସମ୍ବଳିତ ୫ଟି ପ୍ରଶ୍ନ ପକାଇବା ପାଇଁ ପରିଷଦ ପକ୍ଷରୁ ଯୋଜନା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ