Masthead

ଡରାଇଲାଣି ତାତି; ଟିଟିଲାଗଡ଼ ଦେଶର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟିଟିଲାଗଡ଼ ଦେଶର ଉତ୍ତପ୍ତ ସହର । ଶନିବାର ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୩୮.୫ ଡିଗ୍ରୀ ରେକର୍ଡ ହୋଇଛି। ଏହା ରାଜ୍ୟର ତତଲା ସହର ପାଲଟିଛି। ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାତି ବଢ଼ିବା ଚିନ୍ତାର କାରଣ ପାଲଟିଛି । ଆଗକୁ ତାତି ଆହୁରି ଡରାଇବ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ଏବର୍ଷ ମାର୍ଚ୍ଚ ମାସରୁ ମେ ମାସ ଯାଏ ଗ୍ରୀଷ୍ମଲହରୀ ଅବଧି ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।

ଏହାର ପ୍ରତିଫଳନ ଏବେଠାରୁ ଦିଶିଲାଣି। ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ତାତି ୩୮ ଡିଗ୍ରୀ ଟପି ସାରିଲାଣି। ଶନିବାର ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ ବା ଏହାଠାରୁ ଅଧିକ ରହିଛି। ଝାରସୁଗୁଡ଼ାରେ ୩୮.୨, ବଲାଙ୍ଗୀରରେ ୩୮, ସୋନପୁରରେ ୩୭.୭, ଅନୁଗୁଳରେ ୩୭.୭, ସମ୍ବଲପୁରରେ ୩୭.୬, ସୁନ୍ଦରଗଡ଼ରେ ୩୭.୫, ଭବାନୀପାଟଣାରେ ୩୭.୨, ହୀରାକୁଦରେ ୩୭.୧, ବୌଦ୍ଧରେ ୩୭ ଓ ବାରିପଦାରେ ୩୭ ଡିଗ୍ରୀ ରେକର୍ଡ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ