Masthead

ଆଜିର ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି ଇଣ୍ଡିଆ- ଇଂଲଣ୍ଡ ଟି-୨୦ ମ୍ୟାଚ । ଗୁରୁବାର ହେଉଛି ଭାରତ ଓ ଇଂଲଣ୍ଡ ଟି-୨୦ର ୪ର୍ଥ ମ୍ୟାଚ । ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ । ଇଂଲଣ୍ଡ ଟେଷ୍ଟ ସିରିଜି ହାରିଥିଲେ ମଧ୍ୟ ଟି-୨୦ରେ ଫର୍ମକୁ ଫେରିଛି । ୩ୟ ଟି-୨୦କୁ ୮ ୱିକେଟରେ ହରାଇଛି ଟିମ ଇଂଲଣ୍ଡ । ଫଳରେ ରୁଟ ଟିମର ମନୋବଳ ଦୃଢ ରହିଛି । ଅନ୍ୟପଟେ ଭାରତ ଘରୋଇ ମାଟିରେ ୧ମ ଟି-୨୦ ହାରିଥିବାରୁ ଚାପରେ ଥିଲା । ଦ୍ୱିତୀୟ ମ୍ୟାଚ ଜିତି ସିରିଜକୁ ୧-୧ରେ ବରାବର କରିଥିଲା । ମାତ୍ର ୩ୟ ଟି -୨୦ରେ ପୁଣି ଟିମ ଇର୍ଡିଆକୁ ମାତ ଦେଇଛି ଭ୍ରମଣକାରୀ ରୁଟ ବାହିନୀ । ୩ୟ ଟି-୨୦ ହାରିବା ନେଇ ସମୀକ୍ଷା କରିଛି ବିରାଟ ବାହିନୀ ।

ଗୁରୁବାରର ମ୍ୟାଚ ଭାରତ ଲାଗି ‘କର ବା ମର’ ସ୍ଥିତ ସୃଷ୍ଟି କରିଛି । ଟେଷ୍ଟରେ କମ ଜୋର ଥିବା ଭ୍ରମଣକାରୀ ଇଂଲଣ୍ଡ ଟିମକୁ ଟି-୨୦ ଅଣଦେଖା କରିଥିଲା ଟିମ ଇଣ୍ଡିଆ । ଯାହାର ପରିଣତି ଭୋଗିଛି ବିରାଟ ବାହିନୀ । ଫଳରେ ୨-୧ରେ ରହିଛି ଭାରତ । ୩ୟ ଟି-୨୦ରେ ବିରାଟଙ୍କ ଅଧ୍ୟର୍ଦଶତକ ହୋଇଛି ବେକାର । ୪ର୍ଥ ମୁକାବିଲାରେ ଭାରତ ସିରିଜ ବିଜୟୀ ହେବା ଆଶାରେ ମଇଦାନକୁ ଓହ୍ଲାଇବ । ଗୁରୁବାର ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା