Masthead

ପେଟ୍ରୋଲ ଡିଜେଲ ପରେ ଏବେ ଟମାଟୋ ଟେନସନ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଦିନକୁ ଦିନ ଏବେ ପ୍ରତ୍ୟେକ ଜିନିଷ ମହଙ୍ଗା ହେବାରେ ଲାଗିଛି । ଏ ନେଇ ହନ୍ତସନ୍ତ ହେଉଛନ୍ତି ଜନସାଧାରଣ । ଗତ ୭/୮ ବର୍ଷ ହେବ ଦେଶର ଅର୍ଥନୀତି ଭୁଶୁଡି ପଡିଲାଣି । ଦର ଦାମ ବୃଦ୍ଧି ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଲାଣି । ଗତ କିଛି ଦିନ ହେବ ଲଗାତାର ପେଟ୍ରୋଲ ଡିଜେଲର ଦର ଯେଉଁଭଳି ବୃଦ୍ଧି ପାଇଛି ତହା ଚିନ୍ତାଜନକ । ଏହା ପରେ ଏବେ ପୁଣି ଟେନସେନ ଦେଲା ଟାମାଟୋ । ଟମାଟୋ ଦର ବି ବୃଦ୍ଧି ପାଇଛି ।

ଖାଉଟି ବ୍ୟାପାର ମନ୍ତ୍ରାଳୟ ୱେବସାଇଟ୍ ଅନୁସାରେ ଏବେ ଟମାଟୋ କିଲୋ ପିଛା ୧୧୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ପାଞ୍ଚଦିନ ତଳେ ଟମାଟୋ କିଲୋ ପିଛା ୩୯ ଟଙ୍କା ଥିଲା । ସେହିପରି ପିଆଜ କିଲୋ ପିଛା ଦର ୫ ଟଙ୍କା ବୃଦ୍ଧି । ପିଆଜ ଏବେ ୪୦ ଟଙ୍କାକୁ ବୃଦ୍ଧି ପାଇଛି । ଯାହା ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଛି । ଦେଖିବାକୁ ଗଲେ ଏଥର ସେପ୍ଟେମ୍ବର ମାସରେ ଅନେକ ରାଜ୍ୟରେ ବର୍ଷା ଅଧିକ ହୋଇଛି । ଯାହା ପାଇଁ ପନିପରିବା ଚାଷରେ କ୍ଷୟକ୍ଷତି ହୋଇଛି ।

ବର୍ଷା ଯୋଗୁ କ୍ଷେତରେ ପାଣି ପସିବାରୁ ଅନେକ ପନିପରିବା ନଷ୍ଟ ହୋଇଯାଇଛି । ଏପଟେ ଗତ ୪ ଦିନ ହେବ ଲଗାତାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ କ୍ରମାଗତ ଭାବରେ ବଢି ଚାଲିଛି । ରବିବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ଅନେକ ରାଜ୍ୟରେ ତୈଳ ଦରରେ ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲ ୧୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ଯାହାକି ସାଧାରଣ ଲୋକଙ୍କ ପକେଟକୁ ବାଧୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ