Before Header

ତୁଳସୀ ପାହାଡ଼ରେ ମାଓ କ୍ୟାମ୍ପ ଠାବ

0 24

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ତୁଳସୀ ପାହାଡ଼ରେ ମାଓ କ୍ୟାମ୍ପ ଠାବ । ବହୁ ମାଓ ସାମଗ୍ରୀ ଜବତ । ୧୪ ତାରିଖ ରାତିରେ ବିଏସଏଫ ଓ ଜିଲ୍ଲା ପୋଲିସର ଡିଭିଏଫ, ଏସଓଜି ଟିମ ପକ୍ଷରୁ ମାଲକାନଗିରି ଜିଲ୍ଲା ତୁଳସୀ ପାହାଡ ଅଞ୍ଚଳରେ କୁମ୍ବିଂ କରାଯାଇଥିଲା । ଅପରେସନରେ ବହୁତ ମାଓ ସାମଗ୍ରୀ ଜବତ ହେଇଛି ।

ତେବେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମହୁପଦର ଏଲଓଏସ ର ମାଓବାଦୀମାନେ ଖସି ଯିବାରେ ସକ୍ଷମ ହୋଇଥିଲେ । ତେବେ ସେମାନଙ୍କ ବ୍ୟବହୃତ ଅନେକ ସାମଗ୍ରୀ ଛାଡି ଚାଲି ଯାଇଥିଲେ । ମାଲକାନଗିରି ପୋଲିସ ଏସବୁ ସାମଗ୍ରୀ ଜବତ କରିବା ସହ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଛି ।

Leave A Reply

Your email address will not be published.