Masthead

ଟ୍ୱିନ୍ ସିଟିକୁ ବିପଦ,ମୁକୁଳା ଡ୍ରେନ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୁକୁଳା ଡ୍ରେନ୍ ଜୀବନ ନେଉଛି । ଡ୍ରେନ୍ ଗୁଡିକ ମୁକୁଳା ପଡି ରହିଛି, ସ୍ଲାବ ପଡିବା ବ୍ୟବସ୍ଥା ମଧ୍ୟ କରାଯାଉ ନାହିଁ । କଟକ କଥା କୁହନ୍ତୁ କି ଭୁବନେଶ୍ୱର କଥା କୁହନ୍ତୁ ଅନେକ ଜାଗାରେ ଡ୍ରେନ୍ ମୁକୁଳା ପଡି ରହୁଛି । ବର୍ଷା ଦିନେ ଅନେକ ସମୟରେ ଲୋକମାନେ ଦୁର୍ଘଟଣା ଗସ୍ତ ହେଉଛନ୍ତି । ଅନେକ କେତେ ଜଣଙ୍କ ମଧ୍ୟ ଜୀବନ ଯାଉଛି । ଯଦି ଦେଖିବା ଗତ କାଲି ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ରେ ଜଣେ ବ୍ୟକ୍ତି ହଠାତ୍ ଭାସି ଯାଇଥିଲେ , ଏ ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁ ନାହିଁ । ତେବେ ୟାକୁ ନେଇ ଏକ ବଡ ପ୍ରଶ୍ନ ଉଠୁଛି, ବିଏମସ ହେଉ ବା ସିଏମସି କଥା ହେଉ ଏମାନେ କରୁଛନ୍ତି କଣ? ମେୟରଙ୍କର ଏଠି ଦାୟିତ୍ୱ ରହିଛି ନା ନାହିଁ ? ଯଦି ଦେଖିବା ପ୍ରତି ବର୍ଷ ଏଭଳି ଅଘଟଣ ଘଟୁଛି । ପ୍ରତିବର୍ଷ ଏ ମୁକୁଳା ଡ୍ରେନ୍କୁ ନେଇ ଅଞ୍ଚଳ ବାସୀ ପ୍ରଶ୍ନ ଉଠେଇ ଥାନ୍ତି । ଯଦି ଡ୍ରେନ୍ ଅଛି ତେବେ କାହିଁକି ଢାଙ୍କୁଣୀ ପକାଯାଉ ନାହିଁ । ଏଥି ପାଇଁ ଦାୟୀ କିଏ ? ବାରମ୍ବାର ଦୁର୍ଘଟଣା ପରେ ବି ଚେତା ପଶୁନି , ଜଳ ନିଷ୍କାଶନ ପଥରୁ ହଟୁନି ଅବରୋଧ, ଘଟୁଛି ଦୁର୍ଘଟଣା । ଏବଂ ନିଦାବିଷ୍ଣୁ ସାଜିଛି ବିଏମସି, ସିଏମସି । ହାତ ବାନ୍ଧି ମେୟର ବସି ରହୁଛନ୍ତି, ଡ୍ରେନ୍ ଉପରେ ସ୍ଲାବ ପଡୁ ନାହିଁ । ବିଭାଗୀୟ ଅଧିକାରୀଙ୍କର କିନ୍ତୁ ଏଥି ପ୍ରତି କୌଣସି ନିଘା ନାହିଁ । ଏ ମୁକୁଳା ଡ୍ରେନ୍ ର ସ୍ଥାୟୀ ସମାଧାନ କେବେ ତାକୁ ନେଇ ପ୍ରଶ୍ନ ଉଠୁଛି । ଏବଂ ଡ୍ରେନ୍ ଗୁଡିକ ନିୟମିତ ଭାବେ ସଫା ହେଉ ନାହିଁ । ଯେଉଁଥି ପାଇଁ ଯେତେ ବେଳେ ବର୍ଷା ହେଉଛି, ଯେତିକ ମଇଳା ପାଣି ଗୁଡିକ ନିଷ୍କାଶନ ହୋଇ ନ ପାରୁ ଥିବାରୁ ସିଧାସଳଖ ରାସ୍ତା ଉପରକୁ ଆସୁଛି , ଯାହା ଫଳରେ ଜଳ ବନ୍ଦୀ ସମସ୍ୟା ସୃଷ୍ଟି ହେଉଛି । ଏହା ସହ ମୁକୁଳା ଡ୍ରେନ୍ ରେ ପଡି ଲୋକଙ୍କର ମୃତ୍ୟୁ ମଧ୍ୟ ଘଟୁଛି । ଏ ବାବଦରେ ହାଇକୋର୍ଟ ମଧ୍ୟ ସ୍ପଷ୍ଟ କରିଥିଲେ, କୌଣସି ଡ୍ରେନ୍ ମୁକୁଳା ରହିବ ନାହିଁ ତା ଉପରେ ସ୍ଲାବ ପଡିବ କିନ୍ତୁ ଏମାନେ କୌଣସି ନିୟମକୁ କେହି ମାନୁ ନାହାନ୍ତି । ଏବଂ ସମସ୍ତେ ଗୋଟେ ଚିରାଚିରିତ ଢଙ୍ଗରେ ଚାଲିଛନ୍ତି । ଯେଉଁଥି ପାଇଁ ବାରମ୍ବାର ଅଘଟଣ ଘଟି ଚାଲିଛି । ବର୍ତ୍ତମାନ ମୁକୁଳା ଡ୍ରେନ୍ ପାଲଟିଛି ମରଣ ଯନ୍ତା । ଭୁବନେଶ୍ୱରରେ ଗତ କାଲି ଜଣେ ୩୫ ବର୍ଷୀୟ ବ୍ୟକ୍ତି ହଠାତ୍ ଡ୍ରେନ୍ରେ ପଡି ଭାସି ଯାଇଥିଲେ । ଯାହା ସୂଚନା ରହିଛି ସେ ଜରି ଗୋଟାନ୍ତି, କିଛି ଅସାବଧାନତା ପାଇଁ ଅନୀଲ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସେଠାରେ ଜୋରଦାର ତଦନ୍ତ ଜାରି ରଖିଛି । ଦ୍ୱିତୀୟ ଦିନରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳି ନାହିଁ । ଏ ମୁକୁଳା ଡ୍ରେନ୍ ସ୍ଥାୟୀ ସମାଧାନ କେବେ ତାକୁ ନେଇ ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟ୍ୱିନ୍ ସିଟିକୁ ବିପଦ,ମୁକୁଳା ଡ୍ରେନ୍ 🔴 ପୁଣି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର 🔴 ଚଳିତ ବର୍ଷ ରଥଯାତ୍ରା ପାଇଁ  ବୈଠକ 🔴 ଭାରତର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ! 🔴 ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର 🔴 ୩ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ 🔴 ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରୀ ତେଲ 🔴 କେମିତି ସୁସ୍ଥ ହୁୁଅନ୍ତି ମହାପ୍ରଭୁ 🔴 ଭାରତୀୟ କଳା ସଂସ୍କୃତିରେ ବିଭୋର ହୋଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ 🔴 କେତନ୍ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ୍ 🔴 ଟ୍ୱିନ୍ ସିଟିକୁ ବିପଦ,ମୁକୁଳା ଡ୍ରେନ୍ 🔴 ପୁଣି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର 🔴 ଚଳିତ ବର୍ଷ ରଥଯାତ୍ରା ପାଇଁ  ବୈଠକ 🔴 ଭାରତର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ! 🔴 ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର 🔴 ୩ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ 🔴 ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରୀ ତେଲ 🔴 କେମିତି ସୁସ୍ଥ ହୁୁଅନ୍ତି ମହାପ୍ରଭୁ 🔴 ଭାରତୀୟ କଳା ସଂସ୍କୃତିରେ ବିଭୋର ହୋଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ 🔴 କେତନ୍ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ୍