Before Header

ନୂଆବର୍ଷକୁ କେମିତି କରିବେ ସ୍ମରଣୀୟ ଜାଣନ୍ତୁ

0 36

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଧିକାଂଶ ଲୋକ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ନୂଆ ବର୍ଷ ଆରମ୍ଭ କରିବାକୁ ଏବଂ ସମୟ ବିତାଇବାକୁ ପସନ୍ଦ କରନ୍ତି । ଧୂମଧାମରେ ଯେତେବେଳେ ଆମେ ନୂଆବର୍ଷକୁ ସ୍ୱାଗତ କରୁ, ବିଶ୍ୱାସ କରାଯାଏ ଯେ ବର୍ଷସାରା ଏହିପରି ହସିବା ଏବଂ ଆନନ୍ଦରେ ବର୍ଷଟି ଅତିବାହିତ ହେବ । ଅନେକ ଲୋକ ନୂଆବର୍ଷରେ ବାହାରେ ବୁଲିବାକୁ ବାହାରକୁ ଯାଆନ୍ତି ଏବଂ ଅନେକ ଲୋକ ପରିବାର ସହିତ ମନ୍ଦିରରେ ପୂଜାକରି ଘରେ ବନ୍ଧୁମାନଙ୍କୁ ଅଭିନନ୍ଦନକରି ବର୍ଷ ଆରମ୍ଭ କରନ୍ତି । ସମସ୍ତେ ନୂତନ ବର୍ଷକୁ ଉତ୍ସାହ ଏବଂ ଖୁସିରେ ସ୍ୱାଗତ କରନ୍ତି । ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ ଏପରି କିଛି ପଦ୍ଧତି କହୁଛୁ ଯାହା ଆପଣ ନୂତନବର୍ଷକୁ ସ୍ମରଣୀୟ କରିପାରିବେ ।

ଚଳଚ୍ଚିତ୍ର ମାରାଥନ୍: ପରିବାର ସଦସ୍ୟ କିମ୍ବା ବନ୍ଧୁମାନେ ଗୋଟିଏ ଘରେ ଏକାଠି ହୋଇ ଦୁଇରୁ ତିନୋଟି ଚଳଚ୍ଚିତ୍ର ଉପରେ ନିଷ୍ପତ୍ତି ନିଅନ୍ତୁ । ଯାହାକୁ ସେମାନେ ନୂଆ ବର୍ଷରେ ଗୋଟିଏ ପରେ ଗୋଟିଏ ବସି ଦେଖିପାରିବେ । ଏଥିରେ କମେଡି, ଭୟ,ଭଲପାଇବା,ସସପେନ୍ସ ବିଭିନ୍ନ ପ୍ରକାରର ସିନ୍ସ ଦେଖି ଫୁଲ ମଜା ନେଇପାରିବେ । ଯଦି ଏକା ସମାନ ସିନେମା ଦେଖବ, ତେବେ ସମସ୍ତେ ବିରକ୍ତ ହୋଇଯିବେ, ତେଣୁ ପରିବାର ସହିତ ଭିନ୍ନ ଭିନ୍ନ ପ୍ରକାରର ଚଳଚ୍ଚିତ୍ର ରଖିବା ଭଲ । ଯାହା ସ୍ମରଣୀୟକରି ରଖିବ ।

ସାଇକେଲ ଚଲାଇବା: ଯଦି ଆପଣ ଫିଟନସ ବିଷୟରେ ବହୁତ ସଚେତନ, ତେବେ ନୂଆବର୍ଷ ସକାଳେ ସମସ୍ତ ବନ୍ଧୁ କିମ୍ବା ପରିବାର ସଦସ୍ୟ ଗୋଟିଏ ସ୍ଥାନରେ ଏକାଠି ହୋଇ ସାଇକେଲ ଚଲାଇବାକୁ ଯାଆନ୍ତୁ । ଏହା କରିବା ଦ୍ୱାରା ଆପଣ ସତେଜ ଅନୁଭବ କରିବେ । ଫେରିବା ସମୟରେ ଆପଣ ସମସ୍ତେ ଏକତ୍ର ଆପଣଙ୍କର ପ୍ରିୟ ଜଳଖିଆ ଖାଇପାରିବେ । ଯଦି ସମସ୍ତେ ଏହି ଧାରଣାକୁ ପସନ୍ଦ କରନ୍ତି ତେବେ ଏହା ସମ୍ଭବ ଯେ ଆପଣ ବର୍ଷସାରା ଅନେକ ଥର ଏହି ଉପାୟରେ ଏକତ୍ର ସାଇକେଲ ଚଲାଇ ପାରିବେ ।

ଅନ୍ୟମାନଙ୍କର ସାହାଯ୍ୟ: ଯଦି ଆପଣ ଭଲ କାର୍ଯ୍ୟ ସହିତ ନୂଆବର୍ଷ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସମଗ୍ର ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ବାହାରକୁ ଯାଇପାରିବେ । ଏଥିପାଇଁ ଆପଣ ପରାମର୍ଶ କରିବା ପରେ କିଛି ଟଙ୍କା ସଂଗ୍ରହ କରି ଅଭାବୀ ବ୍ୟକ୍ତିଙ୍କ ପାଇଁ କୌଣସି ଜିନିଷ କିଣିବା ଉଚିତ୍ । ଏହି ସାମଗ୍ରୀକୁ ସେମାନଙ୍କୁ ଏକତ୍ର ବଣ୍ଟନ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ମନକୁ ଭିନ୍ନ ଭାବରେ ଶାନ୍ତି ମିଳିବ ।

ପାର୍ଟି: ଆପଣ ନୂଆ ବର୍ଷରେ ପାର୍ଟି ଯୋଜନା କରିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ପ୍ରୟାସ କରିବାକୁ ପଡିବ ନାହିଁ । ସମସ୍ତ ସାଙ୍ଗମାନଙ୍କୁ ଏକ ସ୍ଥାନ ଖୋଜିବାକୁ ପଡ଼ିବ ଏବଂ ଆପଣ ଆପଣଙ୍କ ସାଙ୍ଗମାନଙ୍କ ସହ ଆଲୋଚନାକରି ସମସ୍ତେ କିଛି କିଛି ଖାଦ୍ୟ ଆଣି ଏକତ୍ରକରି ଖାଆନ୍ତୁ । ଯାହାଫଳରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାବଣା ରହିବ ଏବଂ ସମସ୍ତଙ୍କୁ ସ୍ମରଣୀୟ କରିବ ।

Leave A Reply

Your email address will not be published.