Masthead

ପୁଣି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

ଲଇକେରା (ବଡ଼ ଖବର ବ୍ୟୁରୋ): ଶବକୁ ମିଳିଲାନି ଆମ୍ବୁଲାନ୍ସ କିମ୍ବା ଶବ ବୁହା ଗାଡ଼ି । ଉପାୟ ନପାଇ ବାଇକରେ ସ୍ତ୍ରୀର ମୃତଦେହ ଆଣିଲେ ସ୍ୱାମୀ । ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଚରମ ବିପର୍ୟ୍ୟୟ ତଥା ମାନବିକତାର ବଳିଦାନକୁ ନେଇ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା। ଲଇକେରା ବ୍ଲକ ଭାତଲଇଡ଼ା ପଞ୍ଚାୟତ ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରୀୟା ନିଜ ପତ୍ନୀଙ୍କ ମୃତ୍ୟୁ ପରେ ଶବ ବାହକ ଗାଡ଼ି କିମ୍ବା ଆମ୍ବୁଲାନ୍ସ ନପାଇ ଶେଷରେ ଏକ ବାଇକରେ ଶବକୁ ବସାଇ ନେବା ଭଳି ଅତ୍ୟନ୍ତ ଲଜ୍ଜାଜନକ ଚିତ୍ର ସାମ୍ନାକୁ ଆସିଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ବିଧାୟକ ଓ ଜିଲ୍ଲା ପ୍ରଶାସନ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ।ସୋସିଆଲ ମିଡିଆରେ ଜାରି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ଶାସକ ଦଳ ଓ ପ୍ରଶାସନର ଦୁଇ ବର୍ଷର ସଫଳତାକୁ ତୀବ୍ର କଟାକ୍ଷ କରିଛନ୍ତି। ଭିଡିଓ ବାର୍ତ୍ତାରେ ଦୀପାଳି ଦାସ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଯେଉଁଠି ଡିଏମଏଫ୍ ଓ ସିଏସଆର୍ ଭଳି କୋଟି କୋଟି ଟଙ୍କାର ପାଣ୍ଠି ମହଜୁଦ ଅଛି, ସେଠାରେ ଜଣେ ଗରିବ ବ୍ୟକ୍ତି ନିଜ ପତ୍ନୀଙ୍କ ଶବକୁ ନେବା ପାଇଁ ଗାଡ଼ିଟିଏ ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

“ଆଜି ଓଡ଼ିଶା ମାନଚିତ୍ରରେ ଝାରସୁଗୁଡ଼ାର ଏହି ଘଟଣା ସମସ୍ତଙ୍କ ପାଇଁ ଲଜ୍ଜାଜନକ। ଘଟଣା ସମୟରେ ସ୍ୱାସ୍ଥ୍ୟ କର୍ମଚାରୀ, ଆମ୍ବୁଲାନ୍ସ କିମ୍ବା ଶବବାହକ ଗାଡ଼ି କେଉଁଠି ଥିଲେ? ଗରିବ ପରିବାର କଣ ସରକାରଙ୍କ ମୌଳିକ ସୁବିଧାରୁ ସମ୍ପୂର୍ଣ୍ଣ ବଞ୍ଚିତ?” ବୋଲି ସେ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ବିଧାୟକଙ୍କ ଦୁଇ ବର୍ଷର ସଫଳତାକୁ ଟାର୍ଗେଟ କରି ଦୀପାଳି କହିଛନ୍ତି ଯେ, ବିଧାୟକ ଗଣମାଧ୍ୟମରେ ଯେଉଁ ସଫଳତାର ଲମ୍ବା ତାଲିକା ଦେଖାଉଥିଲେ, ଏହା କଣ ତାହାର ବାସ୍ତବ ଚିତ୍ର?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ