Masthead

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ପଡିଲା ମହଙ୍ଗା

ସିମିଳିଗୁଡା (ବଡ଼ ଖବର ବ୍ୟୁରୋ): କୋଟିଆରେ ଦୁଇ ରାଜ୍ୟ ମୁହାଁମୁହିଁ । ପଟାଙ୍ଗି ବ୍ଲକର କୋଟିଆରେ ଅନୁପ୍ରବେଶ କରି ପ୍ରଭାବ ଦେଖାଇବାକୁ ପ୍ରୟାସ କରିଛି ଆନ୍ଧ୍ର । ହେଲେ ଲୁଚିଛପି ଅନୁପ୍ରବେଶ କରିବା ଆନ୍ଧ୍ର ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ସ୍ଥାନୀୟ ଜନପ୍ରତିନିଧି ଗୋବ୍ୟାକ ନାରା ଦେବାରୁ ଆନ୍ଧ୍ର ଅଧିକାରୀ ଅପଦସ୍ତ ହୋଇ ଫେରିଛନ୍ତି । ଫାଟୁସିନେରୀ ଗାଁରେ ଆନ୍ଧ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସାଲୁର ମଣ୍ଡଳ ଅଧିକାରୀଙ୍କ ସହ ପାର୍ବତୀପୁରମ ମାନ୍ୟମ୍ ଜିଲ୍ଲା ଆଇଟିଡିଏ ଅନୁପ୍ରବେଶ କରିଥିଲେ । ୨୩ ଜଣ ହିତାଧିକାରୀଙ୍କୁ ଜଗନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇ ପ୍ରମାଣପତ୍ର ମଧ୍ୟ ଦେଇଥିଲେ ।

କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ସ୍ଥାନୀୟ ଜନପ୍ରତିନିଧିଙ୍କ ହାବୁଡରେ ପଡ଼ିଯାଇଥିଲେ । ବାରମ୍ବାର ବିରୋଧ ସତ୍ୱେ କାହିଁକି ଅନୁପ୍ରବେଶ କରୁଛ ବୋଲି ପ୍ରଶ୍ନ କରିଥିଲେ ଜନପ୍ରତିନିଧି । ହେଲେ କୌଣସି ଉତ୍ତର ନମିଳିବାରୁ ଆନ୍ଧ୍ର ଗୋବ୍ୟାକ୍ ନାରା ଦେଇଥିଲେ । ଅନ୍ୟପଟେ ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ ପଟାଙ୍ଗୀ ବ୍ଲକ ପ୍ରଶାସନ ଫାଟୁସିନେରୀରେ ଭ୍ରାମ୍ୟମାଣ ସାଧାରଣ ବଣ୍ଟନ ଆରମ୍ଭ କରିଛି । ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ସହ ବିଭିନ୍ନ ଯୋଜନାରେ ହିତଧିକାରୀଙ୍କୁ ସାମଗ୍ରୀ ବଣ୍ଟନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ