Masthead

ରିଲ୍ସ ନିଶାରେ ୮ ମାସର ପିଲାକୁ ବିକିଲା ମା’

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ବାୟା କଲା ରିଲ୍ସ । ରିଲ୍ସ ଆଗରେ ହାର ମାନିଲା ମମତା । ୮ ମାସର ପିଲାକୁ ବିକିଲା ମା’ । ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗରେ । ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସମ୍ପର୍କରେ ଜାଣିବା ପାଇଁ ଛାନଭିନ ଆରମ୍ଭ କରିଥିଲା । ପରେ ଗିରଫ ହୋଇଛନ୍ତି ରିଲ୍ସ ପାଗଳ ବାପା ମା’ । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ରୁହନ୍ତି ଜୟଦେବ ଘୋଷ ଓ ପତ୍ନୀ ସାଥୀ ଘୋଷ ନାମକ ଏହି ଦମ୍ପତ୍ତି । ତାଙ୍କର ୭ ବର୍ଷର କନ୍ୟା ସନ୍ତାନ ସହ ୮ ମାସର ଶିଶୁପୁତ୍ର ଅଛନ୍ତି । ବିଭିନ୍ନ ସମୟରେ ରିଲ୍ସ କରିବା ପାଇଁ ପାଗଳ ଥାନ୍ତି ଦମ୍ପତ୍ତି । ଇଚ୍ଛା ଥିଲା ଆଇଫୋନରେ ଭିଡିଓ କରିବେ । ହେଲେ ସମ୍ବଳ ଅଭାବରୁ ଆଇଫୋନ କିଣିବା ସମ୍ଭବ ହେଉନଥିଲା । ତେଣୁ ୮ ମାସର କଅଁଳା ଛୁଆକୁ ବିକିବା ପାଇଁ ଯୋଜନା କଲେ ଅମାନବୀୟ ବାପାମା । ଏବଂ ବିକିଥିଲେ ଖରଦା ଅଂଚଳର ପ୍ରିୟଙ୍କା ଘୋଷ ନାମକ ଜଣେ ମହିଳାଙ୍କୁ । ମିଳିଥିଲା ମୋଟା ଅଙ୍କର ଟଙ୍କା । ଆଉ କିଣିଥିଲେ ଆଇଫୋନ । ବୁଲି ବୁଲି ବିଭିନ୍ନ ସ୍ଥାନରେ କରିଥିଲେ ରିଲ୍ସ । ସେୟାର କରିଥିଲେ ସୋସିଆଲ ମିଡିଆରେ ।

ଲଗାତାର ଭାବେ ଶିଶୁ ପୁତ୍ରକୁ ସେମାନଙ୍କ ସହ ନ ଦେଖି ସନେ୍ଦହ କରିଥିଲେ ପଡୋଶୀ । ତାଙ୍କ ଚାଲିଚଳନ, ହାବଭାବରେ ଦେଖାଦେଇଥିଲା ପରିବର୍ତ୍ତନ । ଆର୍ଥିକ ଅବସ୍ଥା ସେତେଟା ଭଲ ନଥିଲା । କିନ୍ତୁ ହାତରେ ଥିଲା ଆଇଫୋନ-୧୪ ପରି ଦାମିକା ମୋବାଇଲ ଫୋନ । ଯାହା ପଡୋଶୀଙ୍କ ସନେ୍ଦହକୁ ଆହୁରି ଘନୀଭୂତ କରିଥିଲା । ଓ ସୋମନେ ପ୍ରଶ୍ନ କରିଥିଲେ ଦମ୍ପତ୍ତିଙ୍କୁ । ପ୍ରଥମେ ସେମାନେ ଏକଥାକୁ ଏଡ଼ାଇ ଦେଇଥିଲେ । ବାରମ୍ବାର ପଚାରିବାରୁ ମାନିଥିଲେ ସତ । ଶିଶୁପୁତ୍ରକୁ ବିକି୍ର କରି ଆଇଫୋନ କିଣିବା କଥାକୁ ସ୍ୱୀକାର କରିଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ଗିରଫ କରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରିଛି । ଏହା ସହ ଶିଶୁପୁତ୍ରକୁ କିଣିଥିବା ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ପୂର୍ବରୁ ୭ ବର୍ଷର ଝିଅକୁ ବିକିବା ପାଇଁ ମଧ୍ୟ ଦୁହେଁ ଯୋଜନା କରୁଥିଲେ ବୋଲି ସ୍ୱୀକାର କରିଛନ୍ତି । ତେବେ ଅଭିଯୁକ୍ତ ଜୟଦେବ ଫେରାର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ