Masthead

ଉଦ୍ଧବ କହିଥିଲେ, ଯୋଗୀଙ୍କୁ ମାରିବେ ଚପଲ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ) : ଦେଶର ରାଜନୀତିରେ ଚର୍ଚ୍ଚିତ ଖବର । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଗିରଫଦାରୀ । ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା କହି ଗିରଫ ହେଲେ ନାରାୟଣ ରାଣେ । ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଏପରି ଆପତ୍ତିଜନକ ମନ୍ତବ୍ୟକୁ ଅନେକ ନାପସନ୍ଦ କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଗିରଫଦାରୀକୁ ବି ଅନେକ ଗ୍ରହଣ କରିପାରିନାହାନ୍ତି । ଏଭଳି ତର୍କବିତର୍କ ମଧ୍ୟରେ ଆମେ ଆପଣଙ୍କୁ ୩ ବର୍ଷ ତଳର ଏକ କଥା ମନେ ପକାଇଦେବାକୁ ଚାହୁଁଛୁ । ଉଦ୍ଧବ ଠାକରେଙ୍କ ପୋଲିସ ଯେଉଁ ଅଭିଯୋଗ ଆଧାରରେ ନାରାୟଣ ରାଣେଙ୍କୁ ଗିରଫ କରିଛି, ସେହି ସମାନ ଅଭିଯୋଗ ତାଙ୍କ ବିରୋଧରେ ବି ରହିଛି ।

ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଉଦ୍ଧବ ଠାକରେ ଏଭଳି ମନ୍ତବ୍ୟ ଦେଇଥିଲେ । ବର୍ଷ ୨୦୧୮ । ଏକ ସଭାରେ ଉଦବୋଧନ ଦେଉଥିଲେ ଉଦ୍ଧବ ଠାକରେ । ନିଜ ଭାଷଣରେ ଠାକରେ କହିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚପଲରେ ମାଡ଼ ମାରିବାକୁ ତାଙ୍କର ଇଚ୍ଛା ହୋଇଥିଲା । ୨୦୧୮ରେ ଶିବାଜୀଙ୍କ ପ୍ରତିମୂର୍ତ୍ତି ପାଖକୁ ଚପଲ ପିନ୍ଧି ଯାଇଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି କଥାକୁ ନେଇ ଉଦ୍ଧବ ଠାକରେ ଉତ୍ତ୍ୟକ୍ତ ହୋଇ କହିଥିଲେ ସେହି ସମୟରେ ତାଙ୍କର ଯୋଗୀଙ୍କୁ ଚପଲରେ ମାଡ଼ ମାରିବାକୁ ଇଛା ହୋଇଥିଲା । ସେ ଯୋଗୀ ନୁହଁନ୍ତି ଭୋଗୀ । ଏହାଛଡ଼ା ସେ ଏହାମଧ୍ୟ କହିଥିଲେ ଯେ, ସେ ଚାହିଁଥିଲେ କୌଣସି ଗୁମ୍ଫାକୁ ଯାଇ ତପସ୍ୟା କରିପାରିଥାନ୍ତେ କିନ୍ତୁ ସେ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି । ତେବେ ଏହି ଭାଷଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିଜେପି ନେତା ମାନେ ଉଦ୍ଧବ ଠାକରେଙ୍କ ଗିରଫ ପାଇଁ ଦାବି କରିଛନ୍ତି, ଯେଉଁ କାରଣ ପାଇଁ ନାରାୟଣ ରାଣେଙ୍କୁ ଗିରଫ କରାଯାଇଛି । କାରଣ ଆଇନ ୨ଟା କେମିତି ହେବ? ନାରାୟଣ ଗିରଫ ହେବା ଯଦି ଠିକ୍, ତେବେ ଉଦ୍ଧବ ବି ଗିରଫ ହେବା ଉଚିତ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା