Masthead

୪୦ ଦିନ ହେବ ସୁଧୀର ନିଖୋଜ, ଅନୁଗୁଳ ପୋଲିସ କରୁଛି କ’ଣ?

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ହସଖୁସିର ପରିବାରରେ ଘୋଟି ଆସିଛି କଳାବାଦଲ । ହଠାତ୍ କୁଆଡେ ନିଖୋଜ ହୋଇଯାଇଛି ରୋଜଗାରିଆ ପୁଅ । ପୁଅକୁ ଝୁରି ଝୁରି ମାଆ ଆଖିରୁ ଲୁହ ଶୁଖୁନି । ବେସାହାରା ହୋଇଯାଇଛନ୍ତି ପରିବାରର ୯ ପ୍ରାଣୀ । ଏ ହେଉଛି ଅନୁଗୁଳ ଜିଲ୍ଲା କୁକୁଡ଼ା ପଞ୍ଚାୟତର ଘୂଞ୍ଚାପାଳ ଗାଁର ସୁଧୀର ନାୟକଙ୍କ କାହାଣୀ । ସୂଧୀର ଗାଡି ଚଳାଇ ପରିବାରର ନଅ ଜଣଙ୍କ ପେଟ ପୋଷୁଥିଲେ । ବେସ ହସଖୁସିରେ ଥିଲା ସୁଧୀରଙ୍କ ପରିବାର ।

ହେଲେ ଜୁଲାଇ ମାସ ୩ ତାରିଖରେ ହଠାତ୍ କୁଆଡେ ନିଖୋଜ ହୋଇଯାଇଥିଲେ ସୁଧୀର । ଘର ଲୋକଙ୍କ ଖୋଜା ଖୋଜି ପରେ ବି ସୁଧୀରଙ୍କ ପତା ମିଳିନଥିଲା । ପରିବାର ଲୋକଙ୍କ ସବୁ ଚେଷ୍ଟା ପରେ ବି ସୁଧୀରଙ୍କ ଖବର ମିଳୁନି । ଚାହିଁ ଚାହିଁ ପରିବାର ଲୋକଙ୍କ ଆଖିରୁ ନିଦ ହଜି ଯାଇଛି । ରୋଜଗାରିଆ ପୁଅ ନିଖୋଜରେ ପରିବାରର ଅବସ୍ଥା ଜଟିଳ ହୋଇ ପଡିଛି । କୌଣସି ରୋଜଗାର ନଥିବାରୁ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ପରବାର ଲୋକେ ।

ଏ ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ପରିବାର ଲୋକେ । ହେଲେ ନିଖୋଜ ହେବାର ୪୦ ଦିନ ବିତିଗଲାଣି, ସେ ଜୀବିତ କି ମୃତ ଏ ଖବର ମଧ୍ୟ ନାହିଁ । ଏବେ କେବଳ ପୋଲିସ ଉପରେ ଭରସା ରଖି ସୁଧୀରଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ । କୋଣସି ବ୍ୟକ୍ତି ସୁଧୀରଙ୍କ ଖବର ପାଇଲେ ଖବର ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି