Masthead

ଋଷର ରାତିଅଧିଆ କ୍ଷେପଣାସ୍ତ୍ର ମାଡ଼ ଉଦ୍ୟମ ଫେଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରୁଷିଆର ମିଶାଇଲ ଖସାଇଲା ୟୁକ୍ରେନ ବାୟୁସେନା । ହାଇପରସୋନିକ ମିଶାଇଲକୁ ଖସାଇ ଦେଇଥିବା ଦାବି କରିଛି ୟୁକ୍ରେନ । ଆମେରିକାର ପାଟ୍ରିଅଟ୍‌ ଡିଫେନ୍ସ ସିଷ୍ଟମ ସହାୟତାରେ ୟୁକ୍ରେନ୍‌ ପ୍ରଥମ ଥର ପାଇଁ ମସ୍କୋର ଅତ୍ୟାଧୁନିକ କ୍ଷେପଣାସ୍ତ୍ରକୁ ପ୍ରତିହତ କରିବାକୁ ସମର୍ଥ ହୋଇଛି। ୟୁକ୍ରେନର ରାଜଧାନୀରେ ରୁଷିଆ ରାତିଅଧିଆ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଏହାର କିନ୍‌ଝାଲ-ଟାଇପ୍‌ ବାଲିଷ୍ଟିକ୍‌ ମିଶାଇଲ୍‌କୁ ପ୍ରତିହତ କରାଯାଇଥିବା ୟୁକ୍ରେନ୍‌ ବାୟୁସେନା କମାଣ୍ଡର ମିକୋଲା ଓଲେଶ୍ଚୁକ୍‌ କହିଛନ୍ତି। ୟୁକ୍ରେନ୍‌ ପ୍ରଥମ ଥର ପାଇଁ ପାଟ୍ରିଅଟ୍‌ ଡିଫେନ୍ସ ସିଷ୍ଟମ ବ୍ୟବହାର କରିଛି। କିନ୍‌ଝାଲ ବାଲିଷ୍ଟିକ୍‌ ମିଶାଇଲର ଲକ୍ଷ୍ୟଭେଦ କ୍ଷମତା ୨,୦୦୦ କିଲୋମିଟର। ବାୟୁବେଗର ୧୦ ଗୁଣ ଅଧିକ ବେଗରେ ଏହା ଗତି କରିଥାଏ। ଅଣ୍ଡରଗ୍ରାଉଣ୍ଡ ବଙ୍କର କିମ୍ବା ସୁଡ଼ଙ୍ଗକୁ ଧ୍ୱଂସ କରିବା ପାଇଁ ଏହି କ୍ଷେପଣାସ୍ତ୍ର ବ୍ୟବାହର କରାଯାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ