Masthead

ଓଡିଶା ସରକାର ମିଛ, ପ୍ରତାରଣା ଓ ଧୋକା ସରକାର: ମୁକେଶ ମହାଲିଙ୍ଗ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ସାଧାରଣ ଜନତା ତ ଦୂରର କଥା ନିଜର କର୍ମଚାରୀଙ୍କୁ ବି ପ୍ରତାରିତ କରିବାରୁ ପଛଘୂଂଚା ଦେଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଯେଉଁ କର୍ମଚାରୀମାନେ ସେମାନଙ୍କର ନ୍ୟାର୍ୟ୍ୟ ଦାବି ପାଇଁ ଆନ୍ଦୋଳନ କରୁଛନ୍ତି ବା ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି, ସେମାନଙ୍କ ବିରୋଧରେ ସରକାର ଓଲଟା ଉଦ୍ଦେଶ୍ୟମୂଳକ ଭାବେ “ଏସ୍‌ମା” ଲାଗୁ କରିବାର ଧମକ ଦେବା ସହ ଚାକିରୀରୁ ଛଟେଇ କରିବାକୁ ଧମକ ଦେଉଛନ୍ତି ।

ନିଜ ଦାବୀ ପ୍ରସଙ୍ଗରେ ଆନ୍ଦୋନରତ ଅଗ୍ନିଶମ ବିଭାଗ ଓ ଏଏସଓ କର୍ମଚାରୀଙ୍କୁ ବ୍ୟକ୍ତିଗତ ଏବଂ ସାମୁହିକ ଭାବେ ରାଜ୍ୟ ସରକାର ଧମକ ଦେଇ ଆନ୍ଦୋଳନକୁ ଚପାଇ ଦେବାର ପ୍ରୟାସ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡିଶାବାସିଙ୍କ ଆକ୍ରୋଶକୁ ସାମ୍ନା କରିବାର ସାହସ ହରାଇଛନ୍ତି ଏବଂ କ୍ଷମତା ବଳରେ ଜନତାଙ୍କ ସ୍ୱରକୁ ଚାପି ଦେବାର ହୀନ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ରାଜ୍ୟ ସରକାର ହାରିଯିବା ଭୟରେ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ କଣ୍ଠରୋଧ କରିବାକୁ ଚେଷ୍ଟା କରୁଛି ବୋଲି ବିଧାୟକ ତଥା ରାଜ୍ୟ ମୁଖପାତ୍ର ଡ.ମୁକେଶ ମହାଲିଙ୍ଗ କହିଛନ୍ତି ।

ଅପାରଗ, ଭ୍ରଷ୍ଟାଚାରୀ, ଅହଂକାରୀ, ସ୍ଥାଣୁ ରାଜ୍ୟ ସରକାରକୁ ଶାସନ କ୍ଷମତାରୁ ତଡିବା ପାଇଁ ଓଡିଶାବାସୀ ମନସ୍ତ କରିସାରିଲେଣି । ଦୀର୍ଘ ୨୪ ବର୍ଷର ଶାସନ ପରେ ବି ଓଡିଶା ତଥା ଓଡିଶାବାସୀଙ୍କ ସାମୁହିକ ବିକାଶ କରିବାରେ ବିଫଳ ବିଜେଡି ସରକାର । ନିର୍ବାଚନ ହାରିବା ଭୟରେ ବିଜେଡି ଏବେ ନିଜ ହିତାହତ ଭୁଲି ଯାଇଛି । ଦୀର୍ଘ ୨୪ ବର୍ଷ ଧରି ଶୋଷଣ କରି ଓଡିଶାବାସିଙ୍କୁ ପ୍ରତାରଣ କରିଆସୁଥିବା ରାଜ୍ୟ ସରକାର ନିର୍ବାଚନ ପରିପ୍ରେକ୍ଷୀରେ ଗୋଟିଏ ପରେ ଗୋଟିଏ କ୍ୟାବିନେଟ ମୋହର ଲାଗିନଥିବା ନୂତନ ଯୋଜନାର ଘୋଷଣା କରିବା ସହିତ ୫୦୦ ଟଙ୍କାର ଲାଂଚ ମଧ୍ୟ ଦେବାକୁ ପଛାଉନାହାନ୍ତି ।

ଗତ ସାଧାରଣ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଘୋଷଣା କରି ଚାଷୀଙ୍କୁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ କରିବେ ବୋଲି କହିଥିଲେ ରାଜ୍ୟ ସରକାର । ମାତ୍ର ନିର୍ବାଚନ ଜିତିବା ପରେ ନିଜ ପ୍ରତିଶୃତିକୁ ଭୁଲି ଯାଇଥିଲେ । ଚାଷୀ ତାଲିକା ବା ଟଙ୍କା ପରିମାଣକୁ ସାର୍ବଜନୀନ କରିଲେ ନାହିଁ । ବର୍ତମାନ କାଳିଆ ଯୋଜନାର ଅବଧିକୁ ୩ ବର୍ଷ ବୃଦ୍ଧି କରବାର ଘୋଷଣା କରି ଚାଷୀକୁଳକୁ ତାତ୍ସଲ୍ୟ କରିବାକୁ ପଛାଇନାହିଁ ରାଜ୍ୟ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି