Masthead

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଶ୍ରୀନଗର ଗସ୍ତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଶ୍ରୀନଗର ଗସ୍ତ । ଧାରା ୩୭୦ ଉଚ୍ଛେଦ ପରେ ଶାହାଙ୍କର ଏହା ପ୍ରଥମ କାଶ୍ମୀର ଗସ୍ତ । କାଶ୍ମୀରରେ ଆତଙ୍କବାଦୀ ହିଂସା ବଢିବା ପରେ ଅମିତ ଶାହା ଶ୍ରୀନଗର ଗସ୍ତ କରୁଛନ୍ତି । ଶାହଙ୍କ ଗସ୍ତକୁ ନେଇ ଜମ୍ମୁ-କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କେବଳ ଶ୍ରୀନଗରରେ ୨୦-୨୫ ଅତିରିକ୍ତ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ପ୍ରଥମ ଥର ପାଇଁ ଶ୍ରୀନଗର ସହରକୁ ଡ୍ରୋନ୍ ଗ୍ରିଡ୍ରେ ବିଭାଜନ କରାଯାଇଛି ।

ସିଆରପିଏଫ୍ ସାଉଥ୍ ରେଂଜ୍ର ଡିଆଇଜି ଜନ୍ ମାଥ୍ୟୁସ୍ କହିଛନ୍ତି, ଡାଲ୍ ଲେକ୍ ୧୫ କିମି ପରିବ୍ୟାପ୍ତ ଅଟେ ଏବଂ ୭ଟି ସ୍ପିଡ୍ ବୋଟ୍ ଦ୍ବାରା ଏହାକୁ ସୁରକ୍ଷା ଦିଆଯିବ । ଜମ୍ମୁ-କାଶ୍ମୀର ସହର ସାରା ସିସିଟିଭି ଲଗାଇବା ସହ ସାର୍ପସୁଟର ଓ ସ୍ନାଇପର ମୁତୟନ କରିଛନ୍ତି । ସାଧା ପୋଷାକରେ ଶ୍ରୀନଗରରେ ସୁରକ୍ଷାକର୍ମୀ ମୁତୟନ ହେବେ । ଶ୍ରୀନଗରରେ ୧୦ ସିଆରପିଏଫ୍ କମ୍ପାନି ଏବଂ ୧୫ ବିଏସଏଫ୍ ଟିମ୍ ମୁତୟନ ହୋଇଛନ୍ତି । କେନ୍ଦ୍ରୀୟ କାଶ୍ମୀର ଡିଆଇଜି ସୁଜିତ ସିଂହ କହିଛନ୍ତି, ଗୃହମନ୍ତ୍ରୀଙ୍କ ଗସ୍ତ ଅବସରରେ ସମଗ୍ର ଶ୍ରୀନଗର ସହରକୁ ଡ୍ରୋନ୍ ଗ୍ରିଡ୍ରେ ବିଭାଜନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା