Masthead

ଦିଲ୍ଲୀଠୁ ବି ବଳିଗଲା ଅନୁଗୁଳ

ଭୁବନେଶ୍ୱର (ବଡ଼ ବଖବର ବ୍ୟୁରୋ): ଦିଲ୍ଲୀ ଭଳି ରାଜଧାନୀ ଓଡ଼ିଶାରେ ମଧ୍ୟ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ। ଖାଲି ଭୁବନେଶ୍ୱର କାହିଁକି ରାଜ୍ୟର ବିଭିନ୍ନ ସହରରେ ମଧ୍ୟ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ ଅତି ସାଙ୍ଘାତିକ ସ୍ଥିତିରେ ଦେଶର ୧୬ଟି ସହର ଥିବା ବେଳେ, ଏଥିରେ ଓଡ଼ିଶାର ୬ ସହର ରହିଛି। ଦିଲ୍ଲୀ ତୁଳନାରେ ଅନୁଗୁଳର ପ୍ରଦୂଷଣ ମାତ୍ରା ଅଧିକ ରହିଛି । ଅନୁଗୁଳରେ ବାୟୁପ୍ରଦୂଷଣ ମାତ୍ରା ୩୫୨ ରହିଥିବା ବେଳେ ଦିଲ୍ଲୀରେ ୩୪୫ ରହିଛି ।

କଟକରେ ବାୟୁ ପ୍ରଦୂଷଣ ମାତ୍ରା ୩୪୦ ଥିବା ବେଳେ ବାଲେଶ୍ୱରରେ ୩୩୪, ଭୁବନେଶ୍ୱରରେ ୩୩୪, କେନ୍ଦୁଝରରେ ୩୨୬, ତାଳଚେରରେ ୩୦୪ ରହିଛି । ରାଇରଙ୍ଗପୁରରେ ପ୍ରଦୂଷଣ ମାତ୍ରା ୩୦୦ ଏବଂ ବଡ଼ବିଲରେ ୨୯୨ ରହିଛି, ଯାହା ସାଂଘାତିକ ସ୍ଥିତି ବୋଲି କୁହାଯାଉଛି । ସୋମବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ବା ସିପିସିବିର ତଥ୍ୟ ଅନୁସାରେ, ବାଲେଶ୍ୱର ସହରର ବାୟୁର ସୂଚକାଙ୍କ ମାନ ଅତି ସାଂଘାତିକ ସ୍ତରରେ ରହିଥିଲା । ଇଛଓ କ୍ୟାଟାଗୋରୀ ଅନୁଯାୟୀ, ବାୟୁ ପ୍ରଦୂଷଣ ମାତ୍ରା ୩୦୦ରୁ ଅଧିକ ରହିଲେ ସାଂଘାତିକ ବୋଲି ଧରାଯାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!