Masthead

ୟୁପି ପଲିଟିକ୍ସ: ଋଣ ଛାଡ଼ ସହ ୨୦ ଲକ୍ଷ ନିଯୁକ୍ତି ଦେବ କଂଗ୍ରେସ

ଉତ୍ତରପ୍ରଦେଶ(ବଡ଼ ଖବର ବ୍ୟୁରୋ): ୨୦୨୨ରେ ହେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ରାଜ୍ୟରେ ବିଧାନସଭା ନନିର୍ବାଚନ । ସବୁ ରାଜନୈତିକ ଦଳର ଆଖି ଏବେ ୟୁପି ରାଜନୀତି ଉପରେ । ଏଠାରେ ବିଜେପିର ଯୋଗୀ ସରକାରଙ୍କୁ ଟକ୍କର ଦେବାକୁ ସବୁ ଦଳ ଲାଗି ପଡ଼ିଛନ୍ତି । ବିଭିନ୍ନ ମାମଲାରେ ସରକାରକୁ ଘେରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ତେବେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ଓ କଂଗ୍ରେସର ପ୍ରିୟଙ୍କା ଗାନ୍ଧି ଏବେ ୟୁପି ଗାଦି ହାତେଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ୟୁପିରେ ସପା ଜିତିକି ଅଛି ବୋଲି ଅଖିଳେଶ କହୁଥିବା ବେଳେ ଏବେ ପ୍ରିୟଙ୍କା ଗାନ୍ଧି ଘରକୁ ଘର ବୁଲୁଥିବା ନଜର ଆସୁଛି ।

ତେବେ କଂଗ୍ରେସ ଏହା ମଧ୍ୟରେ ଲୋକଙ୍କ ପାଖରେ ନିର୍ବାଚନୀ ଇସ୍ତହାର ଗୋଟିଏ ପରେ ଗୋଟିଏ ରଖୁଛି । କଂଗ୍ରେସ ଶାସନକୁ ଆସିଲେ ଋଣ ଛାଡ଼ ହେବା ସହ  ୨୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧି । କେବଳ ଏତିକି ନୁହେଁ ଲୋକଙ୍କୁ ବିଜୁଳି ବିଲ୍ ମଧ୍ୟ ଛାଡ଼ କରିବ ଦଳ । ସେହିଭଳି କୋଭିଡ୍ ପୀଡ଼ିତ ମାନଙ୍କୁ ୨୫ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରିୟଙ୍କା ଗାନ୍ଧି । ଯଦି ଦଳ କ୍ଷମତାକୁ ଆସେ ତେବେ ଏସବୁ ପ୍ରତିଶ୍ରୁତି ପୂରଣ କରିବା ସହିତ ଆଉ ୩ଟି ସ୍କିମ୍ ମଧ୍ୟ ଘୋଷଣା କରିଥିଲେ । ଆସନ୍ତା ବିଧାନ ସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ସଂରକ୍ଷଣ ସହିତ, ଦ୍ୱାଦଶ ଓ ସ୍ନାତକ ପାସ୍ କରିଥିବା ଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ଏବଂ ବିଦ୍ୟୁତ୍ ଚାଳିତ ସ୍କୁଟି ଯୋଗାଇ ଦିଆଯିବ ସହ ଆଗାମୀ ଦିନରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଇସ୍ତାହାର ଯୋଗାଇ ଦିଆଯିବ ବୋଲି ପ୍ରିୟଙ୍କା ଘୋଷଣା କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା