କୋରାପୁଟ (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ । କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଦଶମନ୍ତପୁର ଥାନା ଅଧିକାରିଣୀ ସୁକମା ହାଁସଦା । ଥାନାରେ ହୋଇଥିବା ଏକ ମାମଲାର ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ମାଗିଥିବା ଲାଞ୍ଚ ଟଙ୍କା ନେଉଥିବା ସମୟରେ ମାଡ଼ି ବସିଲା ଜୟପୁର ଭିଜିଲାନ୍ସ ଟିମ । ଦଶମନ୍ତପୁର ଥାନା ଭିତରେ ଘନଘନ ଯାଞ୍ଜ କରୁଛନ୍ତି ଜୟପୁର ଭିଜିଲାନ୍ସ ।
