ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା କମ୍ । ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି ) ପକ୍ଷରୁ ଆଗାମୀ ଦୁଇ ସପ୍ତାହ ପାଇଁ ପୂର୍ବାନୁମାନ ଜାରି । ବଡ଼ଦିନ ଓ ଖ୍ରୀଷ୍ଟମାସ ପର୍ବ ସହ ନୂଆବର୍ଷରେ ବି ଶୀତରେ ଥରିବେ ରାଜ୍ୟବାସୀ । ସେମିଳିଗୁଡ଼ାରେ ବୁଧବାର ରାତିରେ ପାରଦ ଛୁଇଁଲା ୩.୯ ଡିଗ୍ରୀ । ଜି.ଉଦୟଗିରି ତାପମାତ୍ରା ଦିନକ ତଳେ ୬.୬ ଡିଗ୍ରୀ ଥିବାବେଳେ ଏହା ୫ ଡିଗ୍ରୀକୁ ଖସି ଆସିଛି ।

୧୦ଟି ସହରରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସିଥିବାବେଳେ ପ୍ରାୟତଃ ପାରଦ ୧୩ ଡିଗ୍ରୀ ଭିତରେ ଥିଲା । ଉପକୂଳ ଓଡ଼ିଶାରେ ପାରଦ ୧୨ରୁ ୧୪ ଡିଗ୍ରୀ ଭିତରେ ଥିଲା । ଭୁବନେଶ୍ୱର ୧୩.୯ ଓ କଟକ ୧୩.୪ ଡିଗ୍ରୀ ଥିଲା । ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ଥିବାବେଳେ ରାତି ତାପମାତ୍ରାରେ ଏବେ ବିଶେଷ ପରିବର୍ତ୍ତନ ହୋଇନପାରେ । ୨୦ ତାରିଖ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁରରେ କୁହୁଡ଼ି ସମ୍ଭାବନା ରହିଛି । କନ୍ଧମାଳ ଓ ସମ୍ବଲପୁରର ସ୍ଥାନେ ସ୍ଥାନେ ଘନ କୁହୁଡ଼ି ହୋଇପାରେ । କଟକରେ ୨୧ ତାରିଖରୁ ରାତି ତାପମାତ୍ରା ୧୨ ଡିଗ୍ରୀ ରହିପାରେ । ୨୨ରୁ ଭୁବନେଶ୍ୱର ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିବା ସମ୍ଭାବନା ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!