Masthead

ଜାଳିଦେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ସହରରେ ଥିବା ଅଧିକାଂଶ ଦୋକାନ ଓ ସପିଂ ମଲ୍ ବିନା ଫାୟାର ସେଫ୍ଟିରେ ଚାଲିଛି । ଏହିସବୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବେଆଇନ ଭାବେ ଚାଲୁଥିଲେ ମଧ୍ୟ ପ୍ରଶାସନ ଆଖି ବୁଜିଦେଇଛି । ଅଗ୍ନିଶମ ବିଭାଗର ହେୟ ମନୋଭାବ ଓ ଅବହେଳାରୁ ଆଜି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ମାନବାଧିକାର କର୍ମୀ ଜୟନ୍ତ ଦାସ କହିଛନ୍ତି ଗ୍ରାଣ୍ଡ ରୋଡ ଏକ ଜନବହୁଳ ଅଞ୍ଚଳ । ପାଖରେ ରହିଛି ଶ୍ରୀମନ୍ଦିର । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ରହିଛି । ଏହି କମ୍ପ୍ଲେକ୍ସରେ ରହି ୭୫ ଦୋକାନ ଓ ରେଷ୍ଟୁରାଣ୍ଟ । କିନ୍ତୁ ଏଠାରେ ଫାୟାର ସେଫ୍ଟି ସାର୍ଟିଫିକେଟ ସହ ଆନୁସଙ୍ଗିକ ବ୍ୟବସ୍ଥା ନାହିଁ ।

ଏ ସମ୍ପର୍କରେ ଜୟନ୍ତ ଦାସ ମେ ୧୬ ତାରିଖରେ ଜନ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ । କିନ୍ତୁ ଅଗ୍ନିଶମ ବିଭାଗ ଜୟନ୍ତଙ୍କ ଅଭିଯୋଗକୁ ହାଲକା ଭାବେ ନେଇଥିଲା । ଯାହାର ପରିଣାମ ଆଜି ସମଗ୍ର ଓଡ଼ିଶା ଦେଖୁଛି । ଅଗ୍ନିଶମ ବିଭାଗର ହେୟ ମନୋଭାବ ଓ ଅବହେଳାରୁ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସର୍ଟସର୍କିଟରୁ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି । ପୁରୀ ସହରରେ ଥିବା ସମସ୍ତ ଦୋକାନ, ମାର୍କେଟ କମ୍ପ୍ଲେକ୍ସ, ହୋଟେଲ, ରେଷ୍ଟୁରାଣ୍ଟ ଗୁଡ଼ିକୁ ଯାଞ୍ଚ କରିବାର ଆବଶ୍ୟକତା ରହିଛି । ଯେଉଁ ବ୍ୟଭସାୟ ପ୍ରତିଷ୍ଠାନ ପାଖରେ ଫାୟାର ସେଫ୍ଟି ସାର୍ଟିଫିକେଟ ନାହିଁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆସନ୍ନ ବିପତ୍ତିରୁ ଧନଜୀବନ ରକ୍ଷା ହୋଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ