Masthead

ଭିଜିଲାନ୍ସ ହାତରେ ରିସୋର୍ସ କୋର୍ଡିନେଟର

ବରଗଡ଼, (ବଡ଼ ଖବର ବ୍ୟୁରୋ): ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ପାଇଖାନା ନିର୍ମାଣର ସମାପ୍ତି ପ୍ରମାଣ ପତ୍ର ଦେବାପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ରିସୋର୍ସ କୋର୍ଡିନେଟର କୈଳାସ ଚନ୍ଦ୍ର ପାଢ଼ୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଗୁଠୁର୍ଲ୍ଲା ଗ୍ରାମରେ । ବୁଦ୍ଧଦେବ ଦାସ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ୨୩ ଟି ପାଇଖିନା ନିର୍ମାଣ କରିଥିଲେ । ପାଇଖିନା ନିର୍ମାଣ ପରେ ତାଙ୍କର ବିଲ ପାସ ପାଇଁ ସମାପ୍ତି ପ୍ରମାଣର ଆବଶ୍ୟକତା ଥିଲା । ଏହି ସମାପ୍ତି ପ୍ରମାଣ ପତ୍ର ପ୍ରଦାନ ନିମନ୍ତେ ଗାଇସିଲେଟ ବ୍ଲକ ରିସୋର୍ସ କୋର୍ଡିନେଟର କୈଳାସ ଚନ୍ଦ୍ର ପାଢ଼ୀ ବୁଦ୍ଧଦେବଙ୍କ ଠାରୁ ୩୩ ହଜାର ଟଙ୍କା ଦାବି କରିଥିଲେ । ଆଜି ଏହି ଟଙ୍କା ଗ୍ରହଣ କରୁଥିବା ବେଳେ କୈଳାସ ଚନ୍ଦ୍ରଙ୍କୁ ଧରିଥିଲେ ଭିଜିଲାନ୍ସ ବିଭାଗର ଅଧିକାରୀ । ଭିଜିଲାନ୍ସ ପକ୍ଷରୁ ତାଙ୍କର ଗାଇସିଲେଟ ସ୍ଥିତ ଭଡାଘରେ ଚଢାଉ କରିବା ସମେତ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଘା ଥାନା ଅନ୍ତର୍ଗତ ଇଙ୍ଗିସା ଗ୍ରାମ ସ୍ଥିତ ପୈତୃକ ବାସଭବନ ରେ ମଧ୍ୟ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ