Before Header

ଆସୁଛି ଲଘୁଚାପ, ବଢିବ ବର୍ଷା

0 27

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ପୁଣି ଏକ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଘୂର୍ଣ୍ଣିବଳୟ ଉତ୍ତପୂର୍ବ ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ।

ପ୍ରବଳ ବର୍ଷା ନେଇ ଆଜି ୧୮ ଜିଲ୍ଳାକୁ ୟୋଲୋୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକାଂଶ ସ୍ଥାନେର ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୯ ଟି ଜିଲ୍ଳାକୁ ଅରେଞ୍ଜ ଓ ୧୨ ଟି ଜିଲ୍ଲାକୁ ୟୋଲୋୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.