Masthead

ଭୋଟ୍ ବର୍ଜନ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ଗ୍ରାମବାସୀ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ୨୫ ବର୍ଷର ସରକାର ପରେବି ସୁଧୁରି ପାରିଲାନି ଗାଁ ରାସ୍ତା । ଭୋଟ୍ ବର୍ଜନ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ । ୨୫ ବର୍ଷ ଶାସନ ପରେ ବି ଏହି ଗାଁର ଅବସ୍ଥା ସାଙ୍ଘାତିକ । ଝିଅ ବାହା ହେବାକୁ ଆସୁନି ବର । ଆଜିବି ଏ ଗାଁ ଲୋକଙ୍କ ପାଇଁ ଆମ୍ବୁଲାନ୍ସ ସାତସପନ । ଖଟିଆ ହିଁ ଏକ ମାତ୍ର ରୋଗୀଙ୍କ ପାଇଁ ସାହାଭରସା । ଗାଁ ରାସ୍ତା ଖରାପ ପାଇଁ ସ୍କୁଲ, କଲେଜ ଓ ଅଙ୍ଗନବାଡି ଯାଇପାରୁନାହାନ୍ତି ଛାତ୍ରଛାତ୍ରୀ ।

ଏଭଳି ପରିସ୍ଥିତିକୁ ସାମ୍ନା କରୁଛନ୍ତି ଅନନ୍ତପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମବାସୀ । ଗାଁ ସରକାରୀ ପୋଖରୀ ଠାରୁ ହରିପୁର ସରକାରୀ ସ୍କୁଲ ପର୍ଯ୍ୟନ୍ତ ପାଖାପାଖି ୩ କିମି ରାସ୍ତା ଅବସ୍ଥା ସାଙ୍ଘାତିକ । ରାସ୍ତା ସମସ୍ୟା ପାଇଁ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆରେ ହସ୍ପିଟାଲ ନେବାକୁ ପଡୁଛି । ଏମିତିକି ଅନେକ ସମସ୍ୟା ଭିତରେ ସୋର ଅନନ୍ତପୁର ବଳଭଦ୍ରପୁର ଗ୍ରାମବାସୀ । ନିଜର ମୌଳିକ ସୁବିଧା ନଥିବାରୁ ଭୋଟ ବର୍ଜନ କରିବେ ବୋଲି ରାଜ୍ୟପାଳଙ୍କୁ ଚିଠି ଦ୍ଵାରା ଗୁହାରି କରୁଛନ୍ତି ଗାଁ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ