Masthead

କେବେ ବନ୍ଧା ହେବେ ଡିଏଫଓ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନ ଗଡ଼ୁଛି, ସସପେନ୍ସ ବଢୁଛି । ଗୋଟେପଟେ ବିଦ୍ୟାଭାରତୀ ଅନ୍ୟପଟେ ଡିଏଫଓ ସଂଗ୍ରାମ କେଶରୀ ବେହେରା । ମୃତ୍ୟୁ ପଛରେ କାହାର ହାତ? କେବେ ବନ୍ଧା ହେବେ ଡିଏଫଓ? କାହିଁକି ରାତିରେ ସୌମ୍ୟଙ୍କ ବାସଭବନକୁ ଯାଉଥିଲେ ଡିଏଫଓ? ପୂର୍ବତନ ଜଗୁଆଳିଙ୍କ ବୟାନକୁ ନେଇ ଚିନ୍ତାରେ ଡିଏଫଓ । ବିସ୍ଫୋରକ ବୟାନର ଦିନକ ପରେ ସାମ୍ନାକୁ ଆସିଛି ବନବିଭାଗ ଚିଠି, ଯାହାକି ୨୦୨୧ମସିହା ଫେବୃୟାରୀ ୧ତାରିଖରେ ରାୟଗଡାର ଜ୍ୟୋତି ସିକ୍ୟୁରିଟି ସର୍ଭିସକୁ ଲେଖିଛନ୍ତି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ।

ଏହି ଚିଠିରେ ଗତ ୨୦୨୦ମସିହା ଡିସେମ୍ବର ମାସରେ କାର୍ୟ୍ୟରୁ ବାହାର କରାଯାଇଥିବା ଗଙ୍ଗା ପ୍ରଧାନଙ୍କ ସ୍ଥାନରେ ଜିଖରୀୟ ରଇତଙ୍କୁ ନିଯୁକ୍ତ କରାଯାଇଥିବା ନେଇ ଉଲ୍ଲେଖ ରହିଛି। ତେବେ ଡିସେମ୍ବର ମାସରୁ ଗଙ୍ଗାଙ୍କୁ ଚାକିରିରୁ ବାହାର କରାଯାଇଥିବା ବେଳେ ଫେବୃୟାରୀ ମାସରେ କାହିଁକି ଚିଠି ଲେଖାଯାଇଛି? ସେହିପରି ନିଯୁକ୍ତିର ଦାୟିତ୍ଵ ରାୟଗଡାର ଜ୍ୟୋତି ସିକ୍ୟୁରିଟି ସର୍ଭିସ ନେଇଥିବା ବେଳେ ବନାଞ୍ଚଳ ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିଲେ କାହିଁକି ? ଏ ନିଯୁକ୍ତି ପତ୍ରରେ କେବଳ ନିଯୁକ୍ତ ବ୍ୟକ୍ତିଙ୍କ ସଂପର୍କରେ ଲେଖା ହେବା କଥା, କିନ୍ତୁ ଗଙ୍ଗାଙ୍କ ସ୍ଥାନରେ ଜିଖରୀୟଙ୍କୁ ନିଯୁକ୍ତି କରାଯାଇଥିବା ଲେଖାହୋଇଛି କାହିଁକି? ଏହି ଚିଠିକୁ ନେଇ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏହାର ସନ୍ତୋଷଜନକ ଭିତର କିନ୍ତୁ ଦେଇପାରିନାହାନ୍ତି ବନାଞ୍ଚଳ ଅଧିକାରୀ ।

ପୂର୍ବତନ ରାତ୍ର ଜଗୁଆଳି ଗଙ୍ଗା ପ୍ରଧାନଙ୍କ କହିବା ଅନୁସାରେ, ସେ ଗତ ୮ବର୍ଷ ହେଲା ଡିଏଫଓଙ୍କ କାର୍ୟ୍ୟାଳୟରେ ଜଗୁଆଳି ଭାବେ କାମ କରୁଥିଲେ । ବର୍ତମାନର ଡିଏଫଓ ସଂଗ୍ରାମ କେଶରୀ ବେହେରା ଆସିବା ପରେ ବି ସେ ରାତିରେ ଡ୍ୟୁଟି କରୁଥିଲେ । କିନ୍ତୁ ରାତି ପ୍ରାୟ ସାଢେ ୧୨ଟା ସମୟରେ ଡିଏଫଓ ପଛ ଗେଟ ଦେଇ ଏସିଏଫ ସୌମ୍ୟରଞ୍ଜନ ସରକାରୀ ବାସଭନକୁ ଯାଉଥିବାର ସେ ଦେଖିବା ପରେ ତାଙ୍କୁ କାମରୁ ବାହାର କରିଦିଆଯାଇଥିଲା । ପୂର୍ବତନ ରାତ୍ରି ଜଗୁଆଳିଙ୍କ ବୟାନ ପରେ ଡିଏଫଓଙ୍କ ଉପରେ ସନ୍ଦେହ ବଢିଛି ।

ଡିଏଫଓଙ୍କୁ ଏଠାରୁ ସ୍ଥାନାନ୍ତର କଲେ ସେମାନେ ବି ସତ କହିବେ ବୋଲି ଗଙ୍ଗା କହିଛନ୍ତି । ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା ଦିନ ଯେତିକି ଗଡୁଛି, ସେତିକି ନୂଆ ଚରିତ୍ର ଏବଂ ତଥ୍ୟ ସାମ୍ନାକୁ ଆସୁଛି । ତେବେ ସତ କହୁଛି କିଏ । ତେଣୁ ଏସବୁକୁ ତଦନ୍ତ ପରିସରଭୁକ୍ତ କରି ସତକୁ ଲୋକଚନକୁ ତଦନ୍ତକାରୀ ସଂସ୍ଥା ଆଣିବା ଜରୁରୀ ହୋଇପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା