Masthead

ରାଜ୍ୟରେ ବଢ଼ୁଛି ଅପରାଧ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢିବାରେ ଲାଗିଛି ଅପରାଧିକ ମାମଲା । ଆଜି ବିଧାନସଭାରେ ସରକାର ଦେଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦେଇଥିବା ତଥ୍ୟ ଅନୁସାରେ ୨୦୧୯ ରେ ୧ ଲକ୍ଷ ୨୧ ହଜାର ୫୨୫ ହଜାର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ ରେ ୧ ଲକ୍ଷ ୩୪ ହଜାର ୨୪୩ ମାମଲା ପଞ୍ଜିକୃତ ହୋଇଛି ।

ବିଧାୟକ ଗଣେଷ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଉତ୍ତର ଗୃହରେ ରଖିଛନ୍ତି । ଏହାସହ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ସହରାଞ୍ଚଳରେ ୨୦୧୯ ରେ ୮ ହଜାର ୨୨୯ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ ରେ ୭ ହଜାର ୬୭୪ ମାମଲା ପଞ୍ଜିକୃତ ହୋଇଛି । ଅନ୍ୟପଟେ ରାଜ୍ୟ ପୋଲିସ ବିଭାଗରେ ମୋଟ ଅନୁମୋଦିତ ପଦବୀ ୬୭ ହଜାର ୭୬୧ ଥିବାବେଳେ ବର୍ତ୍ତମାନ ୫୬ ହଜାର ୩୦୫ ପଦବୀ ପୂରଣ ହୋଇଛି । ୧୧ ହଜାର ୪୫୬ ଟି ପଦବୀ ଖାଲି ପଡିଛି ।

ରାଜ୍ୟ ପୋଲିସରେ ୧୦ ଟି ଏଡିଜିପି ପଦବୀ ଥିବାବେଳେ ବର୍ତ୍ତମାନ ୧୧ ଜଣ ଅଛନ୍ତି । ଆଇଜିପି ପଦବୀ ୧୫ ଥିବାବେଳେ ବର୍ତ୍ତମାନ ୧୨ ଜଣ କାର୍ୟ୍ୟରତ ଅଛନ୍ତି ଓ ୩ ଟି ପୋଷ୍ଟ ଖାଲି ଅଛି । ଡିଆଇଜି ୨୦ ଟି ପଦବୀ ମଞ୍ଜୁର ପ୍ରାପ୍ତ ଥିବାବେଳେ ବର୍ତ୍ତମାନ ୭ ଜଣ କାର୍ୟ୍ୟରତ ଅଛନ୍ତି ଓ ୧୩ ଟି ପଦବୀ ଖାଲି ପଡିଛି । ଏହା ବାଦ ୬୩ ଏସପି ପଦବୀ ମଞ୍ଜୁରୀ ପ୍ରାପ୍ତ ଥିବାବେଳେ ୪୮ ଟି ପଦବୀ ବର୍ତ୍ତମାନ ପୂରଣ ହୋଇଛି ଓ ୧୫ ଟି ଖାଲି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ