Masthead

କେବେ ଖୋଲିବ ସ୍କୁଲ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେବେ ଖୋଲିବ ସ୍କୁଲ। ପ୍ରତିକ୍ରିୟା ରଖିଲେ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଭି କେ ପଲ। ଅଧିକାଂଶ ଶିକ୍ଷକଙ୍କୁ ଟୀକାକାରଣ ଓ ପିଲାଙ୍କ ଉପରେ ସଂକ୍ରମଣ ପ୍ରଭାବର ତଥ୍ୟକୁ ଦେଖି ନିଷ୍ପତ୍ତି ନିଆଯିବ । ତେବେ କରୋନା ମହାମାରୀ ବେଳେ ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପିଲାମାନଙ୍କର ପାଠପଢ଼ା ବ୍ୟାହତ ହେଇଛି । ଅନଲାଇନରେ ଶିକ୍ଷାଦାନ କରିବାକୁ ଉଦ୍ୟମ ହେଉଛି । ହେଲେ କ୍ଲାସରୁମରେ ପାଠପଢ଼ିବା ଓ ଅନଲାଇନରେ ଶିକ୍ଷାଦାନ ମଧ୍ୟରେ ଫରକ ରହୁଛି । ସେପଟେ ଅନେକ ସ୍ଥାନରେ ନେଟୱର୍କ ଅସୁବିଧା କାରଣରୁ ପିଲାମାନେ ସଠିକ ଭାବେ କ୍ଲାସ ମଧ୍ୟ କରିପାରୁନାହାନ୍ତି ।

ଏସବୁ ଭିତରେ ଅଭିଭାବକ ଓ ପିଲାଙ୍କ ମଧ୍ୟରେ ବଡ଼ ପ୍ରଶ୍ନ, କେବେ ଖୋଲିବ ସ୍କୁଲ । ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି ଯେ, ଅଧିକାଂଶ ଶିକ୍ଷକଙ୍କୁ ଟିକାକରଣ କରାଯିବା ଉପରେ ଗୁରୁତ୍ୱ ରହିଛି । ଅଧିକାଂଶ ଶିକ୍ଷକଙ୍କୁ ଟିକାକରଣ ସରିବା ପରେ ଓ ପିଲାଙ୍କ ଉପରେ ସଂକ୍ରମଣର ପ୍ରଭାବ ନେଇ ଅଧିକ ତଥ୍ୟ ଆସିବା ପରେ ଏନେଇ ସରକାର ନିଷ୍ପତି ନେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ