ବଢିଲା ବିଦ୍ୟୁତ୍ ଦର, ଚିନ୍ତାରେ ଉପଭୋକ୍ତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଦ୍ୟୁତ୍ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ କୁହାଯାଉଥିଲେ ମଧ୍ୟ ଉପଭୋକ୍ତାଙ୍କ ଉପରେ ସବୁ ମାଡ଼ ପଡୁଛି । ଦିଲ୍ଲୀରେ କୌଣସି ବିଦ୍ୟୁତ୍ ଉତ୍ପାଦନ ହେଉ ନାହିଁ । ମାତ୍ର ସେଠାରେ ଉପଭୋକ୍ତାମାନେ ୟୁନିଟ୍ ପିଛା ୧ଟଙ୍କା ୫୦ ପଇସା ଦେଉଥିବା ବେଳେ ଓଡ଼ିଶାରେ ସର୍ବନିମ୍ନ ଦର ୫ଟଙ୍କା ୩୦ ପଇସା ରହିଛି । ଏବେ ପୁଣି ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର। ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ମିଳିଛି ଓଇଆରସିଙ୍କ ମଂଜୁରୀ। ନୂଆ ଦର ଅନୁଯାୟୀ କିଲୋୱାଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଓଇଆରସି।

ହାରାହାରି ଖୁଚୁରା ତାରିଫ ୫.୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଣିକି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫୧ରୁ ୧୦୦ ୟୁନିଟ୍ ପାଇଁ ୪.୮୦ ଟଙ୍କା, ୨୦୧ରୁ ୪୦୦ ୟୁନିଟ୍ ପାଇଁ ୫.୮୦ ଟଙ୍କା ଏବଂ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬.୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ବିପିଏଲ୍ ଗ୍ରାହକଙ୍କ ପାଇଁ ତାରିଫ ପୂର୍ବପରି ଅପରିବର୍ତ୍ତିତ ରହିବ। ବର୍ଦ୍ଧିତ ଶୁଳ୍କ ଏପ୍ରିଲ୍ ୪ ତାରିଖରୁ ଲାଗୁ କରାଯିବ।

ମିଟର ରେଣ୍ଟ, ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨% ରିହାତି କରାଯାଇଛି। ଡିଜିଟାଲରେ ପେମେଣ୍ଟ କଲେ ଉଭୟ ଉପଭୋକ୍ତାଙ୍କୁ ରିହାତି ମିଳିବ। ଅର୍ଥାତ ସମସ୍ତ ପ୍ରି-ପେଡ୍ ଉପଭୋକ୍ତାଙ୍କୁ ମଧ୍ୟ ୨% ରିହାତି ମିଳିବ। ସେହିପରି ଟ୍ରାନ୍ସମିସନ ତାରିଫ ୟୁନିଟ ପିଛା ୩ ପଇସାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୨୫ ପଇସା ଥିଲା, ଯାହା ଏବେ ୨୮ ପଇସା ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’