Masthead

ଜାତୀୟ ରାଜପଥ କାମ ସରିବ କେବେ ?

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଜାତୀୟ ରାଜପଥ କାମ ସରିବ କେବେ…? କଟକ ଠାରୁ ଅନୁଗୋଳ ଦେଇ ସମ୍ବଲପୁର ପର୍ଯ୍ୟନ୍ତ ୫୫ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ନିର୍ମାଣ ଶେଷ ସମୟସୀମା ଗତ ୨୦୨୦ ସେପ୍ଟମ୍ବର ମାସ ଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କାମ ଶେଷ ହୋଇପାରିନାହିଁ। କଟକ ଠାରୁ ଅନୁଗୋଳ ଦେଇ ସମ୍ବଲପୁର ପର୍ଯ୍ୟନ୍ତ ପ୍ରାୟ ୨୮୦କିମିର ୫୫ନଂ ଜାତୀୟ ରାଜପଥ । ଯାହାର ସମ୍ପ୍ରସାରଣ ପାଇଁ ଗତ ୨୦୧୮ରେ ନିତିନ ଗଡ଼କରୀ ଏହି ରାଜପଥର ସମ୍ପ୍ରସାରଣର ଶୁଭ ଦେଇଥିଲେ ।

ସମ୍ପ୍ରସାରଣର ସମୟ ସୀମା ଥିଲା ଦୁଇ ବର୍ଷ ଅର୍ଥାତ ୨୦୨୦ ସେପ୍ଟମ୍ବର ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟଶେଷ ହେବା କଥା। କିନ୍ତୁ ଏବେ ସୁଦ୍ଧା ଶତକଡା ୫୦ଭାଗ କାମ ଶେଷ ହୋଇ ପାରିନି । ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ। ପ୍ରତିଦିନ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି। ଏକ ଆକଳନରୁ ଜଣା ପଡିଛିଯେ ଗତ ୨୦୧୮ରେ କେବଳ ଅନୁଗୋଳ ଜିଲ୍ଲା ଭିତରେ ବଅଁରପାଳ ଠାରୁ ହଣ୍ଡପା ପର୍ଯ୍ୟନ୍ତ ପ୍ରାୟ ୮୦କିମି ଜାତୀୟ ରାଜପଥରେ ୪୯୬ଟି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨୧୫ଜଣ ପ୍ରାଣ ହରାଇଛନ୍ତି।

ସେହିପରି ବିଗତ ବର୍ଷରେ ଘଟିଥିଲା ୪୦୦ଟି ଦୁର୍ଘଟଣା । ସେହିପରି ଜାତୀୟ ରାଜପଥ ବିଭାଗର ଆକଳନ ଅନୁସାରେ କଟକ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ବାର୍ଷିକ ହାରାହାରି ୫୦୦ଦୁର୍ଘଟଣା ଘଟୁଛି । ଯେଉଁଥିରେ ୧୦୦ ଜଣକ ଜୀବନ ଯାଉଛି। ଅନୁଗୋଳ କଟକ ହେଉ ଅବା ସମ୍ବଲପୁର ହେଉ ଲୋକେ ଯାତାୟତ କରିବାକୁ ଭୟ କରୁଛନ୍ତି। ପୂର୍ବରୁ ମଧ୍ୟ ଜିଲ୍ଲା ପ୍ରଶାସନ ଜାତୀୟ ରାଜପଥ ବିଭାଗ କର୍ତ୍ତୃପକ୍ଷଙ୍କୁ ଡାକି ଅନେକ ଥର ବୈଠକ କରିଛି। କଡା ନିର୍ଦ୍ଦେଶ ମଧ୍ୟ ଦେଇଛି। କିନ୍ତୁ କୌଣସି ସୁଫଳ ମିଳିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ