Masthead

ସୋନୁ ସୁଦ ଆମ୍ବୁଲାନ୍ସ ସର୍ଭିସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଯୋଗୁ ଅନେକ କିଛି ଘଟଣା ଘଟିଯାଇଛି । ବହୁତ ଖରାପ ଘଟଣା ଘଟିଲେ ବି କିଛି ଭଲ ଘଟଣା ମଧ୍ୟ ଘଟିଛି । ଯେମିତିକି କରୋନା ଦେଇଛି ଆମକୁ ଦରିଦ୍ରଙ୍କ ଭଗବାନ ହୋଇ ଆସିଥିବା ଆମ ରିଅଲ ଲାଇଫ ହିରୋ ସୋନୁ ସୁଦଙ୍କୁ । ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସୋନୁ ଯୋଗାଇଛନ୍ତି ସହାୟତା । ତାଙ୍କ ଏହି ଅଭିଯାନ କରୋନା ଲକଡାଉନରୁ ଆରମ୍ଭ ହୋଇଛି, ଆଉ ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି । ସୋନୁଙ୍କ ଏହି ମହାନତା ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ସେ ଲୋକଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି । ଏଥିପାଇଁ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇ କେଉଁଠି ମନ୍ଦିର ହୋଇଛି ତ ଆଉ କେଉଁଠି ତାଙ୍କ ନାଁରେ ଦୋକାନ । ଏବେ ଅଭିନେତା ସୋନୁ ସୁଦଙ୍କ ନାଁରେ ଆରମ୍ଭ ହୋଇଛି ଆମ୍ବୁଲାନ୍ସ ସେବା । ହାଇଦ୍ରାବାଦରେ ଗଡିଛି ସୋନୁ ସୁଦ ଆମ୍ବୁଲାନ୍ସ । ଆଉ ସବୁଠୁ ବଡ କଥା ହେଉଛି ଏହି ଆମ୍ବୁଲାନ୍ସର ଶୁଭ ଉଦଘାଟନ କରିଛନ୍ତି ଖୋଦ ସୋନୁ ସୁଦ । ହାଇଦ୍ରାବାଦରେ ବାସ କରୁଥିବା ଶିବା ନାମକ ଜଣେ ବ୍ୟକ୍ତି ସୋନୁଙ୍କ ନାଁରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ନିକଟରେ ଶିବା ଏକ ଆମ୍ବୁଲାନ୍ସ କିଣିଥିଲେ । ପରେ ସୋନୁଙ୍କ କାମରେ ପ୍ରେରିତ ହୋଇ ସେ ଆମ୍ବୁଲାନ୍ସକୁ ସୋନୁଙ୍କ ନାଁ ଦେଇଥିଲେ । ଶିବା ମଧ୍ୟ ହାଇଦ୍ରାବାଦରେ ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କରନ୍ତି ।

ପେସାରେ ଶିବା ଜଣେ ସନ୍ତରଣକାରୀ । ଏବେ ସୁଦ୍ଧା ପାଣିରେ ବୁଡି ଯାଇଥିବା ୧୦୦ଜଣଙ୍କୁ ରକ୍ଷା କରି ଜୀବନ ବଞ୍ଚାଇଛନ୍ତି ସେ । ଶିବାଙ୍କ ନିଃସ୍ୱାର୍ଥପର ସେବାକୁ ଦେଖି ସେଠାକାର ଲୋକ ତାଙ୍କୁ ଟଙ୍କା ଦାନ କରିବାକୁ ଲାଗିଲେ । ସେହି ଟଙ୍କାରେ ଶିବା ଏକ ଆମ୍ବୁଲାନ୍ସ କିଣି ତା ନାଁ ସୋନୁ ସୁଦ ଆମ୍ବୁଲାନ୍ସ ସେବା ଦେଇଛନ୍ତି । ଏହି ଆମ୍ବୁଲାନ୍ସ ଉଦଘାଟନ କରିବାକୁ ସୋନୁ ସୁଦ ହାଇଦ୍ରାବାଦ ପହଞ୍ଚିଥିଲେ । ତାଙ୍କ ନାଁରେ ଆମ୍ବୁଲାନ୍ସ ସେବା ଦେଖି ସେ ବହୁତ ଖୁସି ହୋଇଥିଲେ । ଆମ୍ବୁଲାନ୍ସ ଉଦଘାଟନ କରି ସୋନୁ କହିଛନ୍ତି, ଶିବାଙ୍କ କାମ ବେଶ ପ୍ରଶଂସନୀୟ । ଆମ୍ବୁଲାନ୍ସ ଉଦଘାଟନ କରିବାକୁ ଆସି ସେ ଗର୍ବିତ । ଏଥିସହ ସୋନୁ ଦେଶ ପାଇଁ ଶିବାଙ୍କ ଭଳି ଲୋକଙ୍କ ଆବଶ୍ୟକତା ରହିଛି ଓ ସେ ବହୁତ ଭଲ କାମ କରୁଛନ୍ତି ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା