Masthead

ହାଥରସ ଦଳାଚକଟା ଘଟଣା, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେମିତି ଓ କେଉଁ ପରିସ୍ଥିତିରେ ଉତ୍ତରପ୍ରଦେଶ ହାଥରସ ଦଳଚକଟା ଘଟଣା ଘଟିଲା। ଏଥିପାଇଁ ଦାୟୀ କିଏ ? ଆରମ୍ଭ ହୋଇଛି ତଦନ୍ତ। ଆଜି ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି। ସତସଙ୍ଗ ରେ ପ୍ରବଚନ ଦେଉଥିବା ଭୋଲେବାବାଙ୍କୁ ପୁଲିସ୍। ଉତ୍ତରପ୍ରଦେଶ ମଇନପୁରୀ ଜିଲ୍ଲାର ରାମକୁଟୀର ଚାରିଟେବୁଲ ଟ୍ରଷ୍ଟରେ ଯାଇ ତଦନ୍ତ ହେଉଛି। ରାତିତମାମ ପୁଲିସ୍ ଭୋଲେବାବାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ।

ହାଥରସରେ ଚାଲିଥିଲା ସତସଙ୍ଗ। ପ୍ରବଚନ ଦେଉଥିଲେ ଭୋଲେ ବାବା। ତାଙ୍କୁ ଶୁଣିବାକୁ ଯୋଗ ଦେଇଥିଲେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ। ପୁରୁଷ, ମହିଳା, ଶିଶୁ ଓ ବୟସ୍କ। ଶ୍ରଦ୍ଧାଳୁଙ୍କ ଏତେ ଭିଡ଼ ଥିଲା ଯେ, ପାଦ ପକାଇବାକୁ ଜାଗା ନଥିଲା। ସେଥିରେ ଦଳାଚକଟା ଘଟି ୧୧୬ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ଆହତଙ୍କୁ ହାତ୍ରାସ ଓ ନିକଟସ୍ଥ ଇଟାହ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଉପୁଜିଛି। ଦୁର୍ଘଟଣାର କାରଣ ଜଣାପଡିନଥିବାବେଳେ ଆୟୋଜକଙ୍କ ତ୍ରୁଟି ଦାୟୀ ବୋଲି କୁହାଯାଉଛି।

ତେବେ କିଏ ଏହି ଭୋଲେ ବାବା? ନାରାୟଣ ସାକାର ହରି ଓରଫ୍ ସାକାର ବିଶ୍ୱ ହରି ଓରଫ୍ ଭୋଲେ ବାବା। ସୂଚନା ଅନୁସାରେ, ଏହି ଆତ୍ମଘୋଷିତ ବାବା ପୂର୍ବରୁ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରୁଥିବା ଦାବି କରନ୍ତି। ୨୬ ବର୍ଷ ତଳେ ଚାକିରି ଛାଡ଼ି ସେ ପ୍ରବଚନ ଦେବା ଆରମ୍ଭ କରିଥିଲେ। ଧୀରେ ଧୀରେ ଲୋକପ୍ରିୟତା ସହିତ ଶ୍ରୋତା, ଶ୍ରଦ୍ଧାଳୁ ଓ ଅନୁଗାମୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର