Masthead

ବିଜେପିର କ୍ୟାପଟେନ କିଏ: ଅତନୁ ସବ୍ୟସାଚୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନମୋହନ ଓ ଅପରାଜିତାଙ୍କ ଅଭିଯୋଗ ଆଧାରରେ ଜଣେ ଆଇଏଏସଙ୍କୁ କେନ୍ଦ୍ରର ନୋଟିସ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଆମର ସରକାର ହେଉଛନ୍ତି ମୁଖ୍ୟମନ୍ତ୍ରୀ । ବାରମ୍ବାର ଲୋକ ତାଙ୍କୁ ଜିତାଇବା ସହ ମ୍ୟାଣ୍ଡେଟ ଦେଇ ଆସୁଛନ୍ତି । ଆମେ ଲୋକଙ୍କ ସେବା କରିବୁ ଲୋକଙ୍କ ପାଖକୁ ଯିବୁ । କେବଳ ସଚିବ ନୁହଁନ୍ତି ଉନ୍ନୟନ କମିଶନର, ମୁଖ୍ୟ ଶାସନ ସଚିବ ଏବଂ ମନ୍ତ୍ରୀ ମାନେ ବି ଯାଉଛନ୍ତି । ଆମେ ଲୋକଙ୍କ ପାଖକୁ ଯାଉଥିବା ବେଳେ ଆଉ କିଛି ଲୋକ ଭୁବନେଶ୍ୱରରେ ବସି ଦିଲ୍ଲୀ ଦୌଲତାବାଦ ଦଉଡୁଛନ୍ତି ।

ସେମାନେ ଯେଉଁ କଥା କହୁଛନ୍ତି ଲୋକେ ତାକୁ ଗ୍ରହଣ କରୁ ନାହାନ୍ତି । ଲୋକ ଖୁସି ହେଉଛନ୍ତି, ହୁଳହୁଳି ପକାଉଛନ୍ତି । ଯଦି ଭୁବନେଶ୍ୱରରେ କାହାର ଫିଡ଼ ବ୍ୟାକ ଦରକାର ହେଉଛି ଗାଁ କୁ ଯାଇ କି ଲୋକଙ୍କୁ ପଚାରନ୍ତୁ । ୫-ଟି, ମୁଖ୍ୟ ଶାସନ ସଚିବ ଯିବା ଦ୍ୱାରା ଲୋକେ ଖୁସି ଅଛନ୍ତି । ବିଜେପିର ସମସ୍ୟା ଟା ଅଲଗା । କାହା ନିର୍ଦ୍ଦେଶରେ କେଉଁଠି ଯିବେ ବାଟ ପାଉ ନାହାଁନ୍ତି । ତାଙ୍କ କ୍ୟାପଟେନ ସ୍ଥିର କରି ପାରୁ ନାହାଁନ୍ତି । ତାଙ୍କର କ୍ୟାପଟେନ କିଏ ? ଆମର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ତାଙ୍କର କ୍ୟାପଟେନ କିଏ ଜଣା ପଡୁନି । ସେମାନେ ଆଗ ସ୍ଥିର କରନ୍ତୁ କିଏ ତାଙ୍କ କ୍ୟାପଟେନ । କାହା ଦାୟିତ୍ୱରେ ଯିବେ । ଲୋକଙ୍କ ପାଖକୁ ଯାଆନ୍ତୁ ଭୁବନେଶ୍ୱର କାହିଁକି ବସିଛନ୍ତି, ଦିଲ୍ଲୀ ଦୌଲତାବାଦ କାହିଁକି ଦଉଡୁଛନ୍ତି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ