ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ରାଜ୍ୟରେ ଶୀତର ପ୍ରକୋପ କମିବାର ନାଁ ନେଉନି । ଆଗକୁ ବି ଏହା ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ମଙ୍ଗଳବାର ୧୦ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ୫.୭ ଡିଗ୍ରୀ ସହ ସେମିଳିଗୁଡ଼ା ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । କୋରାପୁଟରେ ୬ଡିଗ୍ରୀ, ଜି ଉଦୟଗିରିରେ ୬.୬, ଝାରସୁଗୁଡ଼ାରେ ୭.୨, ଦାରିଙ୍ଗବାଡ଼ିରେ ୮, ବୌଦ୍ଧରେ ୯.୪, ଚିପିଲିମା, ଅନୁଗୁଳ, ରାୟଗଡ଼ା ଓ ନବରଙ୍ଗପୁରରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪.୫ ଡିଗ୍ରୀ କମ୍ ରେକର୍ଡ ହୋଇଛି । କୋରାପୁଟରେ ସ୍ୱାଭାବିକଠାରୁ ୫.୨, ଅନୁଗୁଳରେ ୩.୫ ଓ ଭୁବନେଶ୍ୱରରେ ୧.୩ ଡିଗ୍ରୀ କମ୍ ରହିଛି।
