Before Header

ରେସରଲଙ୍କୁ ପୋଲିସର ଆକ୍ରମଣ ଅଭିଯୋଗ

0 27

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରେସଲର ପୋଲିସ ଧସ୍ତାଧସ୍ତି । ରାତିଅଧରେ ରେସଲରଙ୍କ ଉପରେ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ । ମିଡନାଇଟରେ ଜନ୍ତରମନ୍ତରରେ ହାଇଡ୍ରାମା । ଦିଲ୍ଲୀ ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣା ଚାଲିଥିବା ବେଳେ ବିଳମ୍ବିତ ରାତିରେ ହଙ୍ଗାମା ଦେଖିବାକୁ ମିଳିଛି । ପୋଲିସ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ଭିନେଶ ଫୋଗଟ୍ । ଘଟଣାରେ କିଛି କୁସ୍ତିଯୋଦ୍ଧା ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏକ ଫୋଲଡିଂ ବେଡ୍ ନେଇ କୁସ୍ତିଯୋଦ୍ଧାଙ୍କ ଧାରଣାସ୍ଥଳରେ ପହଂଚିଥିଲେ ଆପ୍ ନେତା ସୋମନାଥ ଭାରତୀ । ଏଥିପାଇଁ ଅନୁମତି ନେଇନଥିବାରୁ ତାଙ୍କୁ ଅଟକାଇଥିଲା ପୋଲିସ ।

Leave A Reply

Your email address will not be published.