Masthead

ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଉଦଯାପିତ ହୋଇଯାଇଛି । ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ସହ ଡିଏଭିଗାନପୂର୍ବକ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଯୋଗଦାନ କରି ବିଦ୍ୟାର୍ଥୀ, ଅବିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଞ୍ଚସୂତ୍ରୀ ପରାମର୍ଶ ପ୍ରଦାନ କରିଥିଲେ । ବିଦ୍ୟୁତ୍ ଅପବ୍ୟବହାରର ପ୍ରତିରୋଧ, ଜଳ ସଂରକ୍ଷଣ, ଖାଦ୍ୟର ସୁବିନିଯୋଗ, ନିୟମିତ ବୃକ୍ଷରୋପଣ ଓ ଜୈବବିଭାଜ୍ୟଯୁକ୍ତ ପ୍ଲାଷ୍ଟିକ୍.ର ବ୍ୟବହାର ଯାହାକି ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି କରିପାରିବ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ଆହ୍ୱାନ ଦେଇଥିଲେ । ଏତତ୍ ବ୍ୟତୀତ ସଂକୀର୍ଣ୍ଣତାର ଊର୍ଦ୍ଧ୍ୱରେ ରହି ସବୁବର୍ଗର ବ୍ୟକ୍ତିବିଶେଷଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହ ଜଣେ ସ୍ୱେଚ୍ଛାସେବୀର ମନୋଭାବ ରଖି ସମାଜ କଲ୍ୟାଣରେ ବ୍ରତୀ ହେବାକୁ ସେ କହିଥିଲେ ।

ଡିଏଭି କଳିଙ୍ଗନଗରର ଚେୟାରମ୍ୟାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ଏବଂ ଡିଏଭି ଓଡ଼ିଶା ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଭାସମ୍ପନ୍ନ ବିଦ୍ୟାର୍ଥୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରିଥିଲେ । ଡିଏଭି ଜୋନ୍ ଏଫ୍.ର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ, ଦଶମଶ୍ରେଣୀରେ ଅଧ୍ୟାପନା କରୁଥିବା କୃତିତ୍ୱଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ଡିଏଭି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଧ୍ୟକ୍ଷା ତଥା ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ବିଦ୍ୟାଳୟର ସାଂସ୍କୃତିକ ବିଭାଗର ସହ ସଂଯୋଜିକା ସ୍ମ୍ରିତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମକୁ ଉପସ୍ଥିତ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ପୁଣି ଯୁଦ୍ଧର ଆଶଙ୍କା! 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ପୁଣି ଯୁଦ୍ଧର ଆଶଙ୍କା!