Masthead

ଏଟିଏମରେ ଟଙ୍କା ଉଠାଇବା ହେବ ମହଙ୍ଗା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ମହଙ୍ଗା ହେବ ଅନ୍ୟ ବ୍ୟାଙ୍କ ATMରୁ ଲିମିଟଠୁ ଅଧିକ ଥର ଟଙ୍କା ଉଠାଣ। କାରଣ ଆଜିଠୁ ଲାଗୁ ହେଉଛି ନୂଆ ଏଟିଏମ ନିୟମ। ଅନ୍ୟ ବ୍ୟାଙ୍କର ଏଟିଏମରୁ ଧାର୍ଯ୍ୟ ଲିମିଟ ପରେ ଅର୍ଥ ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ। ପୂର୍ବରୁ ଏଥିପାଇଁ ୧୭ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ତାହା ୧୯ ଟଙ୍କା ହୋଇଯିବ।ଏଥିସହିତ ବାଲାନ୍ସ ଚେକ୍ କରିବା ଚାର୍ଜ ମଧ୍ୟ ୭ ଟଙ୍କାରୁ ବଢ଼ି ୯ ଟଙ୍କା କରାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କକୁ ଫ୍ରି ଲିମିଟ ପରେ ଏଟିଏମ ସେବା ଚାର୍ଜ ବଢ଼ାଇବାକୁ ଅନୁମତି ଦେଇଛି ।

ନୂଆ ଗାଇଡଲାଇନ ଅନୁସାରେ ଗ୍ରାହକ ପ୍ରତି ମାସରେ ଏକି ନିଶ୍ଚିତ ସଂଖ୍ୟକ ଟ୍ରାନଞ୍ଜସନ କରିପାରିବେ  ଅର୍ଥାତ ଟଙ୍କା ଉଠାଇ ପାରିବେ । ମେଟ୍ରୋ ସହରଗୁଡିକରେ  ଫ୍ରି ଟ୍ରାଞ୍ଜାକ୍ସନ ୩ଥର ରହିଥିବା ବେଳେ ସହରାଞ୍ଚଳରେ ୫ଥର ଫ୍ରିରେ ଟଙ୍କା ଉଠାଇ ପାରିବେ । ତେବେ ବଡ଼ କଥା ହେଉଛି ଏହି ଫ୍ରି ଟ୍ରାଞ୍ଜାକ୍ସନରେ ଫାଇନାନସିଆଲ ଓ ନନଫାଇନାନସିଆଲ ଆକ୍ଟିଭିଟିଜ ସାମିଲ ରହିଛି । ଏହାପରେ ଯଦି ଆପଣ ଏଟିଏମରୁ ଟଙ୍କା ଉଠାନ୍ତି ତେବେ ଆପଣଙ୍କୁ ଏଟିଏମ ଚାର୍ଜ ବାବଦକୁ ଟଙ୍କା ଗଣିବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା